NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର , ଗଞ୍ଜେଇ ଜବତ ସହ ୮ ଗିରଫ

କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର , ଗଞ୍ଜେଇ ଜବତ ସହ ୮ ଗିରଫ

Jul 10, 2026  Sachchida Nanda Mahakur  39 views
କପଡ଼ା ବ୍ୟବସାୟ ନାଁରେ ଚାଲିଥିଲା ଗଞ୍ଜେଇ ବେପାର , ଗଞ୍ଜେଇ ଜବତ ସହ ୮ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ପୁଣି ବଡ଼ ଧରଣର ଗଞ୍ଜେଇ ଚାଲାଣ ଠାବ କରିଛି ଅବକାରୀ ବିଭାଗ । କପଡ଼ା ବ୍ୟବସାୟ ଆଳରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ତୁଷୁରା ଅବକାରୀ ଟିମ୍ ତୁଷୁରା–ଦେଓଗାଁ ରାସ୍ତାରେ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ କପଡ଼ା ଗଣ୍ଠିଲି ଭିତରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ତୁଷୁରାରୁ ୪ ଜଣ ଓ ଟିଟିଲାଗଡ଼ରୁ ୪ ଜଣଙ୍କୁ ଗିରଫ କରାଯାଇଛି । କପଡ଼ା ବ୍ୟବସାୟ ନାଁରେ ସଂଗଠିତ ଭାବେ ଗଞ୍ଜେଇ କାରବାର ଚାଲୁଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ଖୋଳତାଡ଼ କରାଯାଉଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy