NewsPlus Odia - Breaking News, Politics, Crime, Daily News

Header
collapse
...
Home / ଅପରାଧ / ଚୋରି ସାମଗ୍ରୀ ଉଦ୍ଧାର ସହ ୨ ଯୁବକ ଗିରଫ

ଚୋରି ସାମଗ୍ରୀ ଉଦ୍ଧାର ସହ ୨ ଯୁବକ ଗିରଫ

Aug 02, 2026  Sachchida Nanda Mahakur  39 views
ଚୋରି ସାମଗ୍ରୀ ଉଦ୍ଧାର ସହ ୨ ଯୁବକ ଗିରଫ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ସୋଲବନ୍ଧ ଗ୍ରାମର ତେଜରାଜ ମେହେରଙ୍କ ଘରୁ ଗତ ମଇ ୧୩ ତାରିଖ ଚୋରି ହୋଇଥିଲା | ଏହି ଘଟଣାରେ ପାଟଣାଗଡ଼ ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ପାଟଣାଗଡ଼ ଏନଏସି ସ୍ଥିତ ଟିକପାଲିର ଦେବ ଦଣ୍ଡସେନା (୧୯) ଓ ସୋଲବନ୍ଧ ଗ୍ରାମର ମୀନକେତନ ପଧାନ (୨୭) ଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଚୋରି ହୋଇଥିବା ୫୦ ଗ୍ରାମ ସୁନା ଅଳଙ୍କାର, ନଗଦ ୭ ହଜାର ଟଙ୍କା ସହ ଚୋରି ଘଟଣାରେ ବ୍ୟବହୃତ ଏକ ବାଇକ୍ ଜବତ କରିଛି ପୁଲିସ | ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy