କଳାହାଣ୍ଡି: ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ୍ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଦ୍ରୁତଗାମୀ ବିଏମ୍ଡବ୍ଲ୍ୟୁ କାର୍ ଏକ ହାଇଓ୍ବାକୁ ପଛରେ ପିଟି ହେବା ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଧର୍ମଗଡ଼ ଅଞ୍ଚଳର ଗୌତମ ନାୟକ ଏବଂ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ପିଣ୍ଟୁ ବାଗ୍। କାର୍ଟି ସମ୍ପୂର୍ଣ୍ଣ ରୂପେ ଚୁର୍ମାର୍ ହୋଇଯାଇଥିବା ବେଳେ ଗାଡ଼ି ଭିତରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସୂଚନା ଅନୁଯାୟୀ, ଏହି ବିଳାସପୂର୍ଣ୍ଣ କାର୍ଟି ହାଇଭା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ରେ ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଗାଡ଼ିରେ ଥିବା ଉଭୟ ବ୍ୟକ୍ତି ଗୁରୁତର ଆହତ ହୋଇ ସାଙ୍ଗେ ସାଙ୍ଗେ ପ୍ରାଣ ହରାଇଥିଲେ। ବିଏମ୍ଡବ୍ଲ୍ୟୁ କାର୍ଟିର ପଞ୍ଜୀକରଣ ନମ୍ବର HR 26 CB 5384 (ହରିୟାଣା) ଥିବା ବେଳେ, ହାଇଭା ଟ୍ରକ୍ଟିର ନମ୍ବର ହେଉଛି ଓଡି ୧୮ ଜି ୪୯୩୨ । ଖବର ପାଇ ଭବାନୀପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛି ଏବଂ ଏହି ଦୁର୍ଘଟଣା କିପରି ଘଟିଲା ସେନେଇ ଏକ ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି।
Leave a comment
Your email address will not be published. Required fields are marked *