ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଜଣେ ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ମିଶ୍ର (୭୩) ଙ୍କର ରବିବାର ସକାଳ ୧୦ ଟାରେ ପାଟଣାଗଡ଼ ଗଡଭିତର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିବାବେଲେ ନିୟମିତ ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ମିଶ୍ର ପାଟଣାଗଡ଼ ଜୁଡ଼ିସିଆଲ କୋର୍ଟରେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଦକ୍ଷତାର ସହ ଓକିଲାତି କରିଥିଲେ ଏବଂ ଜିଲ୍ଲାର ଜଣେ ଆଦର୍ଶ ତଥା ବରିଷ୍ଠ ଦକ୍ଷ ଓକିଲ ଭାବେ ବେଶ ପରିଚିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ, ସ୍ପଷ୍ଟବାଦୀ ଓ ଭାଗବତ ପ୍ରେମୀ ବ୍ୟକ୍ତିତ୍ୱ ଭାବେ ସେ ନିଜ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କାର୍ଯ୍ୟ ପରିଚାଳନା କରାଉଥିଲେ । ତାଙ୍କର ଏହି ଅକାଳ ବିଯୋଗ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ୍ୟୁ ବେଳକୁ ସେ ନିଜର ପତ୍ନୀ, ଏକମାତ୍ର ପୁତ୍ର ବିଭୁତି ଭୁଷଣ ମିଶ୍ର, ପୁତ୍ରବଧୂ, ଝିଅ, ଜୋଇଁ ଓ ନାତିନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ପରଲୋକ ଖବର ପାଇବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଓକିଲ ସଂଘର ସଦସ୍ୟମାନେ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କ ପୁତ୍ର ବିଭୁତି ଭୁଷଣ ମୁଖାଗ୍ନି ଦେଇଥିଲେ।
Leave a comment
Your email address will not be published. Required fields are marked *