LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Education / ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ମିଶ୍ର ଙ୍କ ପରଲୋକ

ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ମିଶ୍ର ଙ୍କ ପରଲୋକ

Th07 19, 2026  Sachchida Nanda Mahakur  34 lượt xem
ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ମିଶ୍ର ଙ୍କ ପରଲୋକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଜଣେ ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ମିଶ୍ର (୭୩) ଙ୍କର ରବିବାର ସକାଳ ୧୦ ଟାରେ ପାଟଣାଗଡ଼ ଗଡଭିତର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିବାବେଲେ ନିୟମିତ ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ମିଶ୍ର ପାଟଣାଗଡ଼ ଜୁଡ଼ିସିଆଲ କୋର୍ଟରେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଦକ୍ଷତାର ସହ ଓକିଲାତି କରିଥିଲେ ଏବଂ ଜିଲ୍ଲାର ଜଣେ ଆଦର୍ଶ ତଥା ବରିଷ୍ଠ ଦକ୍ଷ ଓକିଲ ଭାବେ ବେଶ ପରିଚିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ, ସ୍ପଷ୍ଟବାଦୀ ଓ ଭାଗବତ ପ୍ରେମୀ ବ୍ୟକ୍ତିତ୍ୱ ଭାବେ ସେ ନିଜ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କାର୍ଯ୍ୟ ପରିଚାଳନା କରାଉଥିଲେ । ତାଙ୍କର ଏହି ଅକାଳ ବିଯୋଗ  ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ୍ୟୁ ବେଳକୁ ସେ ନିଜର ପତ୍ନୀ, ଏକମାତ୍ର ପୁତ୍ର ବିଭୁତି ଭୁଷଣ ମିଶ୍ର, ପୁତ୍ରବଧୂ, ଝିଅ, ଜୋଇଁ ଓ ନାତିନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ପରଲୋକ ଖବର ପାଇବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଓକିଲ ସଂଘର ସଦସ୍ୟମାନେ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କ ପୁତ୍ର ବିଭୁତି ଭୁଷଣ ମୁଖାଗ୍ନି ଦେଇଥିଲେ।

 

 

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie