LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Education / ୧୦ ଦଫା ଦାବି ନେଇ ଏନ୍ଏସି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା

୧୦ ଦଫା ଦାବି ନେଇ ଏନ୍ଏସି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା

Th06 17, 2026  Sachchida Nanda Mahakur  105 lượt xem
୧୦ ଦଫା ଦାବି ନେଇ ଏନ୍ଏସି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ସ୍ଥାନୀୟ କଂଗ୍ରେସ ଦଳ ପକ୍ଷରୁ ବୁଧବାର ୧୦ ଦଫା ଦାବି ନେଇ ଏନ୍ଏସି ଅଫିସ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟାଲୟର ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରି ଦେଇଥିଲେ । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ମନମାନୀ କାର୍ଯ୍ୟ ଓ ପାଟଣାଗଡ ଏନ୍ଏସିରେ ଚାଲିଥିବା ବିଭିନ୍ନ କାମରେ ଦୁର୍ନୀତି ହେଉଥିବା ବେଲେ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ ବୋଲି ଦଳ ଅଭିଯୋଗ କରିବା ସହ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଉପସ୍ଥିତ ନଥିବାରୁ ତହସିଲଦାର ରୁଦ୍ରମୋହନ ନାୟକ ଧାରଣା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରି କାଯ୍ୟାଲୟର ମୁଖ୍ୟ ଫାଟକରେ ଦିଆଯାଇଥିଵା ତାଲାକୁ ଖୋଲିଥିଲେ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଯୋରଦାର ଆନ୍ଦୋଳନ କରାଯିବବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଅନିଳ ମେହେର , ଉପସଭାପତି ଅଜିତ ପୁରୋହିତ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ଧାରଣାରେ ସାମିଲ ଥିଲେ ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie