LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Education / ପ୍ରାଚୀନ ଜଳାଶୟ ' ମେନାବନ୍ଧର ପଙ୍କ ଉଦ୍ଧାର ଓ ସୈନ୍ଦର୍ଯ୍ଯକରଣ କାମରେ ଅନିୟମିତତା ଅଭିଯୋଗ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରାଚୀନ ଜଳାଶୟ ' ମେନାବନ୍ଧର ପଙ୍କ ଉଦ୍ଧାର ଓ ସୈନ୍ଦର୍ଯ୍ଯକରଣ କାମରେ ଅନିୟମିତତା ଅଭିଯୋଗ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Th06 15, 2026  Sachchida Nanda Mahakur  91 lượt xem
ପ୍ରାଚୀନ ଜଳାଶୟ ' ମେନାବନ୍ଧର ପଙ୍କ ଉଦ୍ଧାର ଓ ସୈନ୍ଦର୍ଯ୍ଯକରଣ କାମରେ ଅନିୟମିତତା ଅଭିଯୋଗ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ଼ : ପାଟଣାଗଡ଼ର ଐତିହାସିକ ଓ ସହରର ସବୁଠାରୁ ପ୍ରାଚୀନ ଜଳାଶୟ ‘ମେନାବନ୍ଧର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ନେଇ ସୋମବାର ପାଟଣାଗଡ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରିଛି । ଅଭିଯୋଗ ଅନୁସାରେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ଏଥିସହ ଜଳାଶୟକୁ ଦେଖିଲେ ପ୍ରାୟ ୯୦ ପ୍ରତିଶତ କାମ ହୋଇନ ଥିବା ବେଳେ ମାତ୍ର ୧୦ ପ୍ରତିଶତ କାମ ସରିଛି । ଏହି କାମ ଏବେ ଅଧାପନ୍ତରିଆ ଅବସ୍ଥାରେ ବନ୍ଦ ହୋଇପଡ଼ିଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ , କାର୍ଯ୍ୟକୁ ନେଇ ଉଠିଥିବା ବିଭିନ୍ନ ପ୍ରଶ୍ନ ଓ ଏହି ସମୟରେ ପାଟଣାଗଡ଼ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହଠାତ୍ ବଦଳି ଘଟଣା ପ୍ରକଳ୍ପର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରିଛି । ଆସନ୍ତା ବର୍ଷା ଋତୁ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ସରକାରୀ ଅର୍ଥ ଅପଚୟ ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ କୋଶଲ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଏକ ଜରୁରୀକାଳୀନ ବୈଠକରେ ନିଷ୍ପତ୍ତି ନେଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଉଚ୍ଚସ୍ତରୀୟ ତଦନ୍ତ ଓ ପ୍ରଶାସନିକ ସ୍ପଷ୍ଟିକରଣ ଦାବି କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଜନସ୍ୱାର୍ଥରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମୋର୍ଚ୍ଚା ଚେତାବନୀ ଦେଇଛି ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie