NewsPlus Odia - Breaking News, Politics, Crime, Daily News

Header
collapse
...
Home / ଶିକ୍ଷା / ୧୫ ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

୧୫ ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Jun 16, 2026  Sachchida Nanda Mahakur  71 views
୧୫ ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର: ୧୫ ଦଫା ଦାବି ନେଇ ଆଜି ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନକାରୀ ମାନେ ସକାଳୁ ଇନ୍ଦିରା ଛକ ଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବନ୍ଦ ପାଳନ ଯୋଗୁଁ ଜରୁରୀ କାଲିନ ସେବାକୁ ଛାଡିଦେଲେ ଗାଡ଼ି ମୋଟର ସହ ଦୋକାନ ବଜାର ବନ୍ଦ ରହିଛି । ଦଳମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରୁଥିବା ଆନ୍ଦୋଳନକାରୀ ଙ୍କ ଠାରୁ ଜଣାପଡିଛି । ଏଥିରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ରହିଛନ୍ତି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy