NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ଅବହେଳିତ ଅବସ୍ଥାରେ ପଡିରହିଛି ବୁଢ଼ାଡଙ୍ଗର ଜଳପ୍ରପାତ , ଚେକଡ୍ୟାମ ନିର୍ମାଣ ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି

ଅବହେଳିତ ଅବସ୍ଥାରେ ପଡିରହିଛି ବୁଢ଼ାଡଙ୍ଗର ଜଳପ୍ରପାତ , ଚେକଡ୍ୟାମ ନିର୍ମାଣ ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି

Aug 02, 2026  Sachchida Nanda Mahakur  6 views
ଅବହେଳିତ ଅବସ୍ଥାରେ ପଡିରହିଛି ବୁଢ଼ାଡଙ୍ଗର ଜଳପ୍ରପାତ ,  ଚେକଡ୍ୟାମ ନିର୍ମାଣ ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅର୍ଡା ଗାଁରେ ଥିବା ବୁଢ଼ାଡଙ୍ଗର ଜଳପ୍ରପାତ ଅବହେଳାର ଶିକାର ହୋଇ ପଡିରହିଛି । ବର୍ଷରେ ନଅ ମାସ ଧରି ପାଣି ବହୁଥିଲେ ମଧ୍ୟ ତାହାର ସଂରକ୍ଷଣ କିମ୍ବା ସଦୁପଯୋଗ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହି ଜଳ ପ୍ରପାତକୁ ଚେକଡ୍ୟାମ ନିର୍ମାଣ ସହ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ଭାବେ ବିକଶିତ କରିବାକୁ ଦାବି ଜୋର ଧରିଛି । ସବୁଜ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଭିତରେ ଝରିପଡ଼ୁଛି ବୁଢାଡଙ୍ଗର ଜଳପ୍ରପାତ। ବିଶେଷକରି ବର୍ଷା ଋତୁରେ ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସବୁ ସମ୍ଭାବନା ରଖିଛି। କିନ୍ତୁ ନାହିଁ ରାସ୍ତାର ସୁବିଧା, ନାହିଁ ପର୍ଯ୍ୟଟନ ଭିତ୍ତିଭୂମି, ନାହିଁ ପାଣି ସଂରକ୍ଷଣର କୌଣସି ବ୍ୟବସ୍ଥା। ଫଳରେ ଝରଣାର ମୂଲ୍ୟବାନ ପାଣି ନାଳ ଦେଇ ବୋହି ନଷ୍ଟ ହୋଇଯାଉଛି। ଗୋଟିଏ ପଟେ ହଜାର ହଜାର ଲିଟର ପାଣି ବିନା କାମରେ ବୋହିଯାଉଛି, ଅନ୍ୟପଟେ ଜଳସେଚନ ଅଭାବରୁ ଚାଷଜମି ଶୁଖିଲା ପଡ଼ୁଛି। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଏଠାରେ ଏକ ଚେକଡ୍ୟାମ ନିର୍ମାଣ କରାଗଲେ ଚାଷୀମାନେ ବର୍ଷସାରା ସେଚନ ସୁବିଧା ପାଇବେ। ଏହା ସହ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। କେବଳ କୃଷି ନୁହେଁ, ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ସ୍ଥାନର ରହିଛି ଅପାର ସମ୍ଭାବନା । ସରକାରୀ ପ୍ରୋତ୍ସାହନ ଓ ଭିତ୍ତିଭୂମି ବିକାଶ ହେଲେ ବୁଢ଼ାବଳଙ୍ଗ ଜଳପ୍ରପାତ ବଲାଙ୍ଗୀରର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇପାରିବ। ଏଥିସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେବ। 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy