ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ବନକାବିଅଁର ଗାଁ ରେ ଥିବା ଏକ ବେଆଇନ ସାର ଗୋଦାମ ଉପରେ ଆଜି କୃଷି ବିଭାଗ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଚଢ଼ାଇ କରିଛି। ଚଢ଼ାଇ ସମୟରେ ଗୋଦାମ ଭିତରେ ୧୫୧ ପ୍ୟାକେଟ୍ ୟୁରିଆ, ୪୦ ପ୍ୟାକେଟ୍ ଡିଏପି ଏବଂ, ୯ ପ୍ୟାକେଟ ପଟାସ ଜବତ୍ କରି ବେଆଇନ ସାର ଗଚ୍ଛିତ ନେଇ ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିବା ସହକାରୀ କୃଷି ଅଧିକାରୀଣୀ ରାଜେଶ୍ଵରୀ ଭୋଇ ଙ୍କ ଠାରୁ ଜଣାପଡିଛି। ସୂଚନା ଅନୁସାରେ , ବନକାବିଅଁର ଗାଁ ର କିର୍ତ୍ତିଚନ୍ଦ୍ର ମେହେର ତାଙ୍କ ବେଆଇନ ଭାବରେ ସାର ଗୋଦାମ ରେ ବିଭିନ୍ନ ପ୍ରକାର ସାର ଗଚ୍ଛିତ ରଖିଥିବା ନେଇ ପାଟଣାଗଡ଼ କୃଷି ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ସହକାରୀ କୃଷି ଅଧିକାରୀଣୀ ରାଜେଶ୍ଵରୀ ଭୋଇ ସଦଳବଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ପାଟଣାଗଡ଼ ତହସିଲଦାର ରୁଦ୍ର ମୋହନ ନାଏକ ଙ୍କ ଉପସ୍ଥିତି ରେ ଉକ୍ତ ଗୋଦାମ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋଦାମ ମାଲିକ ତାଙ୍କ ଗୋଦାମ ଘରେ ଥିବା ଗଚ୍ଛିତ ସାର ସମ୍ପର୍କରେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ଏହାପରେ କୃଷି ବିଭାଗ ଉକ୍ତ ସାର କୁ ଜବତ କରି ଟ୍ରକ୍ ଯୋଗେ ଯୋଗୀମୁଣ୍ଡା ପେକ୍ସ କୁ ଆଣି ଗୋଦାମ ଘରେ ଗଚ୍ଛିତ ରଖିଥିଲା । ଏହି ଚଢାଉରେ ସହକାରୀ କୃଷି ଅଧିକାରୀଣୀ ସୁଶ୍ରୀ ଭୋଇ ଙ୍କ ସହ ଏଡିଓ ସୋମନାଥ ମିଶ୍ର,ବିଇଓ ଆଶିଷ କୁମାର,ଇଇଓ ପ୍ରତିଭା ବାରିକଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଚଢ଼ାଉରେ ସହଯୋଗ କରିଥିଲେ।
Leave a comment
Your email address will not be published. Required fields are marked *