NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ଶ୍ରାବଣ ମାସର ପ୍ରଥମ ସୋମବାରରେ ହରିଶଙ୍କର ଶୈଵ ପୀଠରେ ଭକ୍ତଙ୍କ ଭିଡ଼

ଶ୍ରାବଣ ମାସର ପ୍ରଥମ ସୋମବାରରେ ହରିଶଙ୍କର ଶୈଵ ପୀଠରେ ଭକ୍ତଙ୍କ ଭିଡ଼

Aug 03, 2026  Sachchida Nanda Mahakur  37 views
ଶ୍ରାବଣ ମାସର ପ୍ରଥମ ସୋମବାରରେ ହରିଶଙ୍କର ଶୈଵ ପୀଠରେ ଭକ୍ତଙ୍କ ଭିଡ଼

ବଲାଙ୍ଗୀର : ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କାଉଡ଼ିଆମାନେ ପ୍ରଥମେ ପାପନାସିନୀ ଝରଣାରେ ସ୍ନାନ କରି ଜଳ ସଂଗ୍ରହ କରିଥିଲେ । ଭୋର ୨ ଟାରୁ ଜଳାଭିଷେକ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରି ସକାଳ ୪ ଟାରେ ମନ୍ଦିର ଖୋଲିବା ପରେ ଧୂପ, ଦୀପ, ଫୁଲ ଓ ବେଲପତ୍ର ଅର୍ପଣ କରି ମହାଦେବଙ୍କୁ ଜଳାଭିଷେକ କରିଥିଲେ । ବୋଲ ବମ ହର ହର ବମ ଧ୍ୱନୀରେ ସମଗ୍ର ହରିଶଙ୍କର ପୀଠ ମୁଖରିତ ହୋଇଉଠିଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟି ଆଖିଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy