ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଲାଠୋର ପୁଲିସକୁ ମିଲିଲା ବଡ଼ ସଫଳତା । ଗଞ୍ଜେଇ ଚାଲାଣ ସମୟରେ ମାଡିବସିଲା ପୁଲିସ ।ଲାଠୋର ଲାନ୍ଥ ନଦୀ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ ଗଞ୍ଜେଇ ଚାଲାଣ କାରୀ । ଚାଲାଣ ସମୟରେ ୧୨ କେଜି ଗଞ୍ଜେଇ , ବାଇକ୍ ସମେତ ମୋବାଇଲ ଫୋନ୍ ଜବତ କରିଛି । ଏଘଟଣାରେ ସମ୍ପୃକ୍ତ ଥିବା ବାପ ପୁଅ ଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ସିନ୍ଧେକେଲା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ହରିଶଙ୍କର ରୋଡ଼ ଷ୍ଟେସନ ରୁ ଟ୍ରେନ୍ ଯୋଗେ ରାୟପୁର କୁ ଗଞ୍ଜେଇ ଚାଲାଣ କରିବା ଯୋଜନା କରିଥିବା ବେଳେ ତା ପୂର୍ବରୁ ପୋଲିସ ହାବୁଡାରେ ପଡିଥିଲେ ଗଞ୍ଜେଇ ଚାଲାଣ କାରୀ ।
Leave a comment
Your email address will not be published. Required fields are marked *