ବଲାଙ୍ଗିର : ବଲାଙ୍ଗିର ସହରର କଚେରୀ ଛକ ସ୍ଥିତ ଟ୍ରାଫିକ ପୋଷ୍ଟରେ ସ୍ଥାୟୀ ସେଡ ଉଦଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ବଲାଙ୍ଗିରର ପ୍ରତ୍ୟେକ ଟ୍ରାଫିକ ଛକରେ ଏହି ଟ୍ରାଫିକ ସେଡର ବ୍ୟବସ୍ଥା କରାଯାଇଛି । ବିଧାୟକ ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ପୌର ପରିଷଦର ବିଶେଷ ସହଯୋଗରେ ଏହି ଟ୍ରାଫିକ ସେଡ ବ୍ୟବସ୍ଥା କରାଯାଇଥିବା ବେଳେ ଏହା ଭୁବନେଶ୍ୱର ପରେ ବଲାଙ୍ଗିରରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ବିଧାୟକ ଶ୍ରୀ ସିଂହଦେଓ କହିଛନ୍ତି । ଏହା ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳର ପ୍ରୋଜେକ୍ଟ ହୋଇଥିବା ବେଳେ ଏହା ପ୍ରଥମ କରି ବଲାଙ୍ଗିରର କଲେକ୍ଟର ଅଫିସ ଛକ ତଥା କଚେରୀ ଛକରେ ଏହି ଟ୍ରାଫିକ ସେଡର ଉଦଘାଟନ ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ହୋଇଯାଇଛି ।
Leave a comment
Your email address will not be published. Required fields are marked *