NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ବିନା ଅନୁମତିରେ ଜୀବନୀ ଆଧାରିତ ସିନେମା ନିର୍ମାଣ ହୋଇଥିବା ଅଭିଯୋଗ , ପ୍ରଯୋଜକଙ୍କୁ କୋର୍ଟକୁ ଟାଣିଲେ ଦାନ ମାଝୀ

ବିନା ଅନୁମତିରେ ଜୀବନୀ ଆଧାରିତ ସିନେମା ନିର୍ମାଣ ହୋଇଥିବା ଅଭିଯୋଗ , ପ୍ରଯୋଜକଙ୍କୁ କୋର୍ଟକୁ ଟାଣିଲେ ଦାନ ମାଝୀ

Jul 28, 2026  Sachchida Nanda Mahakur  22 views
ବିନା ଅନୁମତିରେ ଜୀବନୀ ଆଧାରିତ ସିନେମା ନିର୍ମାଣ ହୋଇଥିବା ଅଭିଯୋଗ , ପ୍ରଯୋଜକଙ୍କୁ କୋର୍ଟକୁ ଟାଣିଲେ ଦାନ ମାଝୀ

ପାଟଣାଗଡ଼ : କାନ୍ଧରେ ପତ୍ନୀଙ୍କ ମୃତଦେହ ବୋହି ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’'ର ପ୍ରଯୋଜକ ସମ୍ବଲପୁରର ମନୋଜ ବାଗ ଙ୍କୁ ସେ କାଠଗଡ଼ାକୁ ଟାଣିଛନ୍ତି । ଏ ନେଇ ସେ ତାଙ୍କ ଓକିଲଙ୍କ ସହ ପାଟଣାଗଡ଼ ଥାନାର ଦ୍ୱାରସ୍ତ ହୋଇଥିଲେ । ହେଲେ ମାମଲା ବୌଦ୍ଧିକ ସମ୍ପଭିଗତ ହୋଇଥିବାରୁ ତାଙ୍କୁ ଅଦାଲତର ଆଶ୍ରୟ ନେବାକୁ ଥାନା ପକ୍ଷରୁ କୁହାଯାଇଛି। ଦାନ ମାଝୀ ଅଭିଯୋଗ କରିଛନ୍ତି, ତାଙ୍କ ଜୀବନ ଓ କାହାଣୀକୁ ଆଧାର କରି କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’ ତିଆରି କରାଯାଇଛି । ଜୀବନର ସବୁଠାରୁ ଦୁଃଖଦାୟକ ଘଟଣାବଳୀକୁ ନେଇ ସିନେମା କରିବା ପୂର୍ବରୁ ତାଙ୍କର ସମ୍ମତି ନେବା ଆବଶ୍ୟକ ଥିଲା । ସିନେମା ପ୍ରସ୍ତୁତ ପୂର୍ବରୁ ପ୍ରଯୋଜକ ମନୋଜ ବାଗ୍ କିମ୍ବା ସିନେମା ସହିତ ଜଡ଼ିତ କୌଣସି ସଦସ୍ୟ ତାଙ୍କୁ ଯୋଗାଯୋଗ କରି ନାହାନ୍ତି। ତେଣୁ ସେ ଏଭଳି ଆଇନଗତ ପଦକ୍ଷେପ ନେଉଥିବା କହିଛନ୍ତି । ପ୍ରଯୋଜକ ମନୋଜ ବାଗ୍ ଏକାଧାରରେ ଜଣେ ନିର୍ଦ୍ଦେଶକ, ସମ୍ପାଦକ,ଲେଖକ, ଅଭିନେତା ଏବଂ ପ୍ରଯୋଜକ। ସେ ‘ଲାଶ୍’ର ନିର୍ଦ୍ଦେଶନା ଦେବା ସହ ଏହାର ପ୍ରଯୋଜନା ମଧ୍ୟ କରିଥିଲେ । ଏହା ଇଣ୍ଡୋ-ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏସ୍‌ଆଇଏଫ୍ଏଫ୍) ରେ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୬ ରେ ଦାନ ମାଝୀଙ୍କ ଘଟଣା ବିଶ୍ଵବ୍ୟାପୀ ଚର୍ଚ୍ଚିତ ଘଟଣା ପାଲଟିଥିଲା। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ସ୍ତ୍ରୀଙ୍କ ଶବ ନେବାକୁ ଦାନ ମାଝୀ ଙ୍କୁ ଆମ୍ବୁଲାନ୍ସ ମିଳି ନଥିଲା। ଶେଷରେ ସେ କାନ୍ଧରେ ମୃତଦେହ ବୋହି ଘରକୁ ଆଣିଥିଲେ । କଳାହାଣ୍ଡି ଜିଲ୍ଲାର ବିକଳ ସ୍ବାସ୍ଥ୍ୟସେବାକୁ ବଖାଣିବାକୁ ଏହି ଘଟଣା ଯଥେଷ୍ଟ ଥିଲା । ଏହାପରେ ସରକାରୀ ଓ ବେସରକାରୀସ୍ତରରେ ଦାନ ମାଝୀଙ୍କୁ ସହାୟତାର ସୁଅ ଛୁଟିଥିଲା । ଏ ସମ୍ପର୍କରେ ଏସଡିପିଓ ସଦାନନ୍ଦ ପୂଝାରୀ ଓ ଥାନାଅଧୂକାରୀ ହରିବନ୍ଧୁ ଗଡ଼ତ୍ୟା କହିଛନ୍ତି, ଦାନ ମାଝି ତାଙ୍କ ଆଇନଜୀବୀଙ୍କ ସହ ଥାନାକୁ ଆସି ଅଭିଯୋଗ କରିଥିଲେ । ତେବେ ମାମଲାଟି ବୌଦ୍ଧିକ ସମ୍ପତ୍ତି ସମ୍ବନ୍ଧୀୟ ହୋଇଥୁବାରୁ ତାଙ୍କୁ ଉଚିତ ଆଇନଗତ ପ୍ରକ୍ରିୟା ପାଇଁ ଅଦାଲତର ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy