ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଭଇଁଷା ଜ୍ୟୋତିବିକାଶ ଖେଳପଡ଼ିଆଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏସଡିସି ଚେୟାରମ୍ୟାନ ବଲ୍ଲଭ ଧରୁଆ, ଉପଜିଲ୍ଲାପାଳ ସୁନୀଲ ମେହେର, ବିଡିଓ ସୁମନ ମିଞ୍ଜ, ଓପିଜିସି ଡାଇରେକ୍ଟର ପ୍ରଫୁଲ୍ଲ ଧଳ, ସମିତିସଭ୍ୟ ଛନ୍ଦାଚରଣ ସାହୁ, ଯୁକ୍ତଦୁଇ ଅଧ୍ଯକ୍ଷା ମାମିନା ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ମିନି ଷ୍ଟାଡିୟମ ନିର୍ମାଣ ହେଲେ କଲେଜର ଛାତ୍ରଛାତ୍ରୀ ତଥା ଆଖପାଖ ଅଞ୍ଚଳର ଖେଳାଳିମାନେ ନିଜର ପ୍ରତିଭାକୁ ରାଜ୍ୟ ତଥା ଜାତୀୟସ୍ତରରେ କୃତୀ ଅର୍ଜନ କରି ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆର ସ୍ବପ୍ନକୁ ସାକାର କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ଆଜିର ଏହି ଭିଭିପ୍ରସ୍ତର କାର୍ଯ୍ୟକ୍ରମରେ ମନୋଜ ମହାପାତ୍ର ମଞ୍ଚ ରିଚାଳନା କରିଥିବାବେଳେ ଯୁକ୍ତଦୁଇ ଓ ଯୁକ୍ତତିନିର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଙ୍କ ସମେତ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ ।
Leave a comment
Your email address will not be published. Required fields are marked *