NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ଦୁଇ ଗୋଟି ସ୍ୱର୍ଗ ରଥର ଶୁଭ ଉଦ୍‌ଘାଟନ

ଦୁଇ ଗୋଟି ସ୍ୱର୍ଗ ରଥର ଶୁଭ ଉଦ୍‌ଘାଟନ

Jul 24, 2026  Sachchida Nanda Mahakur  70 views
ଦୁଇ ଗୋଟି ସ୍ୱର୍ଗ ରଥର ଶୁଭ ଉଦ୍‌ଘାଟନ

ବଲାଙ୍ଗିର :  ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଜି ଦୁଇ ଗୋଟି ସ୍ୱର୍ଗ ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏହି ସ୍ୱର୍ଗ ରଥର ଉଦ୍‌ଘାଟନ କରିଥିଲେ । ପରେ ଏହି ଦୁଇଟି ସ୍ୱର୍ଗ ରଥକୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଏବଂ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଜନସେବା କାର୍ଯ୍ୟ ପାଇଁ ହସ୍ତାନ୍ତର କରାଯାଇଥିଲା । ଏହି ପଦକ୍ଷେପ ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ଶ୍ମଶାନକୁ ନେବାରେ ସାଧାରଣ ଲୋକଙ୍କୁ ବହୁତ ସହାୟତା ମିଳିବ ବୋଲି କୁହାଯାଉଛି । ଉଦ୍‌ଘାଟନ ଅବସରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର ପରିଷଦର କାଉନ୍ସିଲରମାନେ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy