NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ସାପ କାମୁଡ଼ାରେ ନାବାଳିକା ମୃତ

ସାପ କାମୁଡ଼ାରେ ନାବାଳିକା ମୃତ

Jul 14, 2026  Sachchida Nanda Mahakur  33 views
ସାପ କାମୁଡ଼ାରେ ନାବାଳିକା ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ପୋଡଛାପର ଗ୍ରାମର ମହାକୁର ପାଲିରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ସାପ କାମୁଡ଼ାରେ ଜଣେ ୯ ବର୍ଷର ନାବାଳିକା ଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ହେଲେ ଉକ୍ତ ପଡାର ଫଗୁ ମହାକୁର ଙ୍କ ଝିଅ କମଲିନି ମହାକୁର । ସେ ତାଙ୍କ ପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ପାଠ ପଢୁଥିଲେ । ପ୍ରକାଶ ଯେ, ଉକ୍ତ ନାବାଳିକା ଜଣକ ସୋମବାର ରାତିରେ ତାଙ୍କ ଘରେ ଶୋଇଥିଲେ । ସେ ରାତ୍ରି ଭୋର ୧ ଟା ସମୟରେ ପରିଶ୍ରା କରିବା ପାଇଁ ଘର ଭିତରୁ ବାହାରକୁ ବାହାରିଥିଲେ । ସେହି ସମୟରେ ନାବାଳିକା ଜଣକ ଙ୍କୁ ଏକ ବିଷଧର ସାପ ବାମ ଗୋଡ଼ର ଗୋଇଠି ଗଣ୍ଡିରେ କାମୁଡି ଦେଇଥିଲା । ଯାହାଫଳରେ ନାବାଳିକା ଜଣକ ଯୋରରେ ଲଡିଥିଲେ । ନାବାଳିକାଙ୍କ ଆବାଜ ଶୁଣି ତାଙ୍କ ବାପା ଘର ଭିତରୁ ବାହାରି ତାଙ୍କ ଝିଅ ପାଖକୁ ଆସି କଣ ହେଲା ବୋଲି ପଚାରି ବୁଝିଥିଲେ । ପରେ ନାବାଳିକା ଜଣକ ମୋ ଗୋଡରେ ଏକ ସାପ କାମୁଡି ଦେଲା ବୋଲି ତାଙ୍କ ବାପାକୁ କହିଥିଲେ । କିନ୍ତୁ ନାବାଳିକା ଙ୍କ ବାପା ରାତ୍ରିରେ ସଙ୍ଗେସଙ୍ଗେ ଡାକ୍ତର ଖାନା ନେବା ବଦଲରେ ମଙ୍ଗଳବାର ସକାଳେ ପାଟଣାଗଡ ଉପଖଖ୍ତ ଡାକ୍ତର ଖାନାକୁ ଆଣି ଭର୍ତ୍ତିକରି ଚିକିତ୍ସା କରାଇଥିଲେ । କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟ ବସ୍ତାରେ ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ନାବାଳିକା ଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ ଖବର ଜାଣିବା ପରେ ତାଙ୍କ ସ୍କୁଲର ଛାତ୍ରଛାତ୍ରୀ , ଶିକ୍ଷକ ଓ ତାଙ୍କ ପଡାରେ ଶୋକର ଛାୟା ଖେଳିଯାଇଥିଲା । ନାବାଳିକା ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy