ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ପୁଲିସ ବିପୁଳ ପରିମାଣରେ ଖଇର କାଠ ସହ ଏକ ମିନିଟ୍ରକକୁ ଜବତ କରିଛି । ଏହି ଘଟଣାରେ ୫ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ ହେଲେ ପ୍ରକାଶ ପୁଟେଳ , ସରଜୁ ମେହେର , ରମେଶ ମେହେର ,ଚିନ୍ତାମଣି ଭାଟି ଓ , ଭକ୍ତ ବନ୍ଧୁ ଭାଟି । ସୁଚନା ଅନୁସାରେ ଉକ୍ତ ମିନି ଟ୍ରକରେ ବିପୁଳ ପରିମାଣରେ ଖଇର କାଠ ଲୋଡ ହୋଇ ବଲାଙ୍ଗୀର ପଟୁ ପାଟଣାଗଡ ଅଭିମୁଖେ ଆସୁଥିଲା । ସେହି ସମୟରେ ପାଟଣାଗଡ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସରମୁହାଣ ଗ୍ରାମ ନିକଟରେ ଛକି ବସିଥିଲା । ଗାଡି ଆସିବା ପରେ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ପରେ ପୁଲିସ ଗାଡି ଭିତରେ ଖଇର କାଠ ଲୋଡ ହୋଇଥିବା ଦେଖିବାକୁ ପାଇଥିଲା । ପରେ ପୁଲିସ ଘଟଣା ସ୍ଥଳରୁ ଲୋଡ ହୋଇଥିବା କାଠ ବୋଝେଇ ମିନ ଟ୍ରକ ସହ ୫ ଜଣକୁ ଗିରଫ କରି ଥାନାକୁ ଆଣି ଅଧିକ ତଦନ୍ତ ଜାରିରଖିଥିଲା । ତଦନ୍ତ ପରେ ପୁଲିସ ଏକ ମାମଲା ରୁଜୁ କରି ଯୁବକ ମାନଙ୍କୁ କୋର୍ଟ ଚାଲାଣ କରିଛି ।
Leave a comment
Your email address will not be published. Required fields are marked *