ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଅଧିନରେ ଥିବା ବଲିଆଭଟା,କୁହାବାଉଁଶ ,ଠକପଡା ଓ ଅଏଲାପାଲି ଗାଁ ରେ ଆଜିକୁ ୩ ଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ହୋଇ ରହିଛି। ଯାହାକୁ ନେଇ ୪ ଖଣ୍ଡ ଗାଁର ଗ୍ରାମବାସୀ ପାଳି କରି ଆଜି ସକାଳୁ ପାଳିକରି ବଲିଆଭଟା -କୁହାବାଉଁଶ ରାସ୍ତା ଅବରୋଧ କରି ଧାରଣା ରେ ବସିପଡିଛନ୍ତି। ୧୨ ଘଣ୍ଟା ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଭାଗୀୟ କୌଣସି କର୍ମଚାରୀକୁ ଧାରଣା ସ୍ଥଳକୁ ପହିଞ୍ଚ ନାହାନ୍ତି। ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବା ବେଳେ ଏହାରି ପ୍ରବାହରେ ଠକପଡା ଗ୍ରିଡ ଅଧିନରେ ଥିବା ବଲିଆଭଟା -କୁହାବାଉଁଶ ରାସ୍ତା କଡ଼ରେ ରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସାମାନ୍ୟ ନଇଁପଡ଼ି ୧୧ କେଭି ଲାଇନ ତାର ରାସ୍ତା ଉପରର ପଡ଼ିଯାଇଛି। ଯାହା ଫଳରେ ଏହି ୪ ଖଣ୍ଡ ଗାଁରେ ୩ଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ସହ ଅନ୍ଧାରରେ ରହୁଛନ୍ତି। ଏ ନେଇ ଗ୍ରାମବାସୀ ଠକପଡା ଗ୍ରିଡ ଦାୟିତ୍ୱ ରେ ଥିବା ଲାଇନ୍ ମ୍ୟାନ ସହ ଅନ୍ୟ ସବୁ କର୍ମଚାରୀଙ୍କୁ ବାରମ୍ବାର ଫୋନ କଲେ ଆମ ଗ୍ରିଡ ରେ ୪ ଚକିଆ ଗାଡ଼ି ନହିଁ ବୋଲି କହି ଏହାର ଆଳ ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଯାହାକୁ ନେଇ ଏହି ସବୁ ଗ୍ରାମବାସୀ ଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ସଂମ୍ପର୍କରେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଲକ୍ଷଜିତ ପଧାନ କୁ ପଚାରିବାରୁ ଗୋଟିଏ ୯ ମିଟର ପୋଲ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ୮ ମିଟର ବିଦ୍ୟୁତ ପୋଲ ହୋଇଥିଲେ ନୂତନ ପୋଲ ଲଗାଇ ଲାଇନ୍ ଦେଇପାରିଥାନ୍ତୁ। ଲଗାଣ ବର୍ଷା ସାଙ୍ଗକୁ ୯ ମିଟର ବିଦ୍ୟୁତ ପୋଲ ଆବଶ୍ୟକ ଥିବାରୁ ଲଗାଇବାରେ ସମ୍ଭବ ହୋଇପାରିନଥିଲା। ବର୍ଷା ଛାଡିଯାଇଛି ଆସନ୍ତା କାଲି ନୂତନ ପୋଲ ଲଗାଯାଇ ଲାଇନ୍ ଦିଆଯିବ ବୋଲି କହିଥିଲେ।
Leave a comment
Your email address will not be published. Required fields are marked *