LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଙ୍କ ହରିଶଙ୍କର ଗସ୍ତ

ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଙ୍କ ହରିଶଙ୍କର ଗସ୍ତ

Ağu 04, 2026  Sachchida Nanda Mahakur  29 görüntüleme
ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଙ୍କ ହରିଶଙ୍କର ଗସ୍ତ

ବଲାଙ୍ଗୀର : ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବଳବନ୍ତ ସିଂହ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହରିଶଙ୍କର ଗସ୍ତରେ ଆସି  ଝରଣା କୂଳ, ମନ୍ଦିର ପରିସର, ଗାଡ଼ିପାକିଂ ସ୍ଥାନ, ଶ୍ରଦ୍ଧାଳୁଙ୍କ ବସିବା ସ୍ଥାନ, ବେରିକେଟିଂ ଆଦି ବ୍ୟବସ୍ଥାର ତଦାରଖ କରିଥିଲେ । ସେହି ଅବସରରେ ହରିଶଙ୍କର ମନ୍ଦିର ଆଖପାଖ ସ୍ଥାନର ବିକାଶ ପାଇଁ ପ୍ରସ୍ତାବିତ ପ୍ରକଳ୍ପର ବିଷୟରେ ଆଲୋଚନା କରିଥିଲେ। ଉନ୍ନତିକରଣ କାମ ଶୀଘ୍ର ସାରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଥିଲେ। ପ୍ରମୁଖ ସଚିବ ଗସ୍ତ ବେଳେ ଭବାନୀପାଟଣା ବନ ବିଭାଗର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସନ୍ତୋଷ କୁମାର ଯୋଶୀ, ଏଡିଏମ ଡ.ବିଜୟାନନ୍ଦ ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଳିନା ପ୍ରଧାନ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, କଣ୍ଟାବାଞ୍ଜି ପୁର୍ତ୍ତ ବିଭାଗ ନିରୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାଏକ, ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ସତ୍ୟସୁନ୍ଦର ରାଉତରାୟ, ଦେବୋତ୍ତର କମିଟି ସଦସ୍ୟ ଶଶୀ ପୂଝାରୀ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପଦ୍ମ କୁମାର ସିଂବରିହା, ଏସିଏଫ ଅରବିନ୍ଦ ନାଏକ, ଥାନା ଏସଆଇ ନାରାୟଣ ସାହୁ, ବନପାଳ ସୁଧିର କୁମାର ଜେନା, ପୁର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଅମିତ କୁମାର ସାମ ଏବଂ ମନ୍ଦିରର କର୍ମଚାରୀମାନେ ଉପସ୍ଥିତ ଥିଲେ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası