କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ଆକ୍ରମଣ ଓ ପୋଲିସ ଗାଡି ଭଙ୍ଗାରୁଜା । ଗତକାଲି କଣ୍ଟାବାଞ୍ଜି ସହରର ଏକ ଗ୍ୟାରେଜରେ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ କଣ୍ଟାବାଞ୍ଜି ସହର ଗୋରୁବଜାରପଡାକୁ ଯାଇଥିଲା କଣ୍ଟାବାଞ୍ଜିର ୬ ଜଣିଆ ପୋଲିସ ଟିମ । ସେହି ସ୍ଥାନରେ ଅଭିଯୁକ୍ତ ମାନଙ୍କୁ କାବୁ କରୁଥିବା ବେଳେ ପୋଲିସ ଉପରକୁ ୧୫ ଜଣ ଗୋଷ୍ଠୀ ହୋଇ ଆକ୍ରମଣ କରିଥିଲେ । ଆକ୍ରମଣ ହେବା ଜଣେ ପୁଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ସେପଟେ ପୋଲିସ ଗାଡିକୁ ଆକ୍ରମଣ କରିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିବା ଜଣାପଡ଼ିଛି ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir