ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରରୁ ପ୍ରାୟ ୮ କିଲୋମିଟର ଏବଂ ବ୍ରାହ୍ମଣୀ ଗ୍ରାମରୁ ପ୍ରାୟ ୨ କିଲୋମିଟର ଦୂରରେ ଅଡୁଆଳ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ରହିଛି ମନୋରମ ପର୍ଯ୍ୟଟନ ସ୍ଥଳୀ “ଖନ୍ଦାସାଲ”। ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼, ଝରଣା ଓ ନିର୍ଜନ ପରିବେଶ ପାଇଁ ଏହି ସ୍ଥାନ ସ୍ଥାନୀୟ ଏବଂ ବାହାର ଅଞ୍ଚଳର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ଖନ୍ଦାସାଲର ଚାରିପାଖରେ ସବୁଜ ବନାନୀ ଏବଂ ଉଚ୍ଚ ପାହାଡ଼ ଶୃଙ୍ଖଳା ଦେଖିବାକୁ ମିଳେ। ପାହାଡ଼ ମଝିରୁ ବହି ଆସୁଥିବା ସ୍ୱଚ୍ଛ ଝରଣାର କଲକଲ ନାଦ ପର୍ଯ୍ୟଟକଙ୍କ ମନକୁ ମୁଗ୍ଧ କରିଥାଏ। ଏଠାର ଶାନ୍ତ, ନିରୋଳା ଏବଂ ପ୍ରଦୂଷଣମୁକ୍ତ ପରିବେଶ ସହରୀ ଜୀବନର କୋଳାହଳରୁ ଦୂରେ ଏକ ଅପୂର୍ବ ଅନୁଭୂତି ପ୍ରଦାନ କରେ।ଏହି ସ୍ଥାନର ଅନ୍ୟତମ ବିଶେଷତା ହେଉଛି ଏଠାରେ ଦେଖିବାକୁ ମିଳୁଥିବା ବିଭିନ୍ନ ନିର୍ମିତ ପ୍ରତିମୂର୍ତ୍ତି ଓ ପ୍ରାକୃତିକ ଶିଳାକୃତି। ଏଗୁଡ଼ିକ ପର୍ଯ୍ୟଟକଙ୍କ ମନରେ କୌତୁହଳ ସୃଷ୍ଟି କରିବା ସହିତ ଏହି ଅଞ୍ଚଳର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ମଧ୍ୟ ପ୍ରକାଶ କରିଥାଏ।ବଣଭୋଜି, ପରିବାରିକ ଭ୍ରମଣ ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ଖନ୍ଦାସାଲ ଏକ ଆଦର୍ଶ ସ୍ଥାନ। ବିଶେଷକରି ସବୁ ଦିନରେ ଏହାର ସୌନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଯାଏ। ଯଦି ସରକାରୀ ସ୍ତରରେ ଏହି ସ୍ଥାନର ଅଧିକ ବିକାଶ ଓ ପ୍ରଚାର କରାଯାଏ, ତେବେ ଖନ୍ଦାସାଲ ଭବିଷ୍ୟତରେ ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ହୋଇପାରିବ। ଏହା ପ୍ରକୃତିର କୋଳରେ ଲୁଚି ରହିଥିବା ଏକ ଅମୂଲ୍ୟ ପର୍ଯ୍ୟଟନ ସମ୍ପଦ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir