LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Education / ଚକୁ ଆକ୍ରମଣରେ ଜଣେ ଯୁବକ ଆହତ , ଅଭିଯୁକ୍ତ ଗିରଫ

ଚକୁ ଆକ୍ରମଣରେ ଜଣେ ଯୁବକ ଆହତ , ଅଭିଯୁକ୍ତ ଗିରଫ

Haz 15, 2026  Sachchida Nanda Mahakur  64 görüntüleme
ଚକୁ ଆକ୍ରମଣରେ ଜଣେ ଯୁବକ ଆହତ , ଅଭିଯୁକ୍ତ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଭାନପୁର ପଞ୍ଚାୟତର ଝାଙ୍କରପାଲି ଗ୍ରାମରେ ସୋମବାର ସକାଳେ ଘଟିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚକୁ ଆକ୍ରମଣରେ ଜୁଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଲେ ଭାଲୁଡୁଙ୍ଗୁରି ଗ୍ରାମର ପିଣ୍ଟୁ ସାହୁ । ସୂଚନା ଅନୁସାରେ ପିଣ୍ଟୁ ଖପ୍ରାଖୋଲସ୍ଥିତ ଏକ ଘରୋଇ କୁରିଅର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ସେ ଝାଙ୍କରପାଲି ଗ୍ରାମକୁ ଏକ ପାର୍ସଲ ଡିଲିଭରି କରିବା ପାଇଁ ଯାଇଥିଲେ । ପାର୍ସଲରେ ଉଲ୍ଲେଖ ଥିବା ଠିକଣା ଖୋଜିବା ପାଇଁ ସେ ଗ୍ରାମର ଜଣେ ଯୁବକଙ୍କୁ ପଚାରିଥିଲେ । ମାତ୍ର ଠିକଣା ପଚାରିବାରୁ ହଠାତ୍ ପ୍ରକାଶ ବରିହା ବଲି ଜଣେ ଯୁବକ ଉତ୍ତେଜିତ ହୋଇ ଏକ ଧାରୁଆ ଚାକୁରେ ପିଣ୍ଟୁଙ୍କ ପଛପଟୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପିଣ୍ଟୁ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ସେଠାରୁ ପଳାଇ ନିଜ ଜୀବନ ବଞ୍ଚାଇଥିଲେ । ପରେ ସେ ଖପ୍ରାଖୋଲ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ପାଇବା ପରେ ଖପ୍ରାଖୋଲ ପୋଲିସ ତୁରନ୍ତ ସ୍ଥଳକୁ ପହଞ୍ଚି ଅଭିଯୁକ୍ତ ପ୍ରକାଶ କୁ ଗିରଫ ଥାନାକୁ ଉଠାଇ ଆଣି ଅଧିକ ତଦନ୍ତ କରିଥିଲା ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası