ପାଟଣାଗଡ଼ ୧୧।୬ ପାଟଣାଗଡ଼ ବ୍ଳକ ପଣ୍ଡାମୁଣ୍ଡା ପଞ୍ଚାୟତ କୁହାବାଉଁଶ ଗାଁର ଫଗୁନ ବରିହାଙ୍କ ୮ବର୍ଷର ଦିବ୍ୟାଙ୍ଗ ପୁଅ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି। ତାଙ୍କୁ ଏଯାଏଁ ବିକଳାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇନାହିଁ ।ନାବାଳକଙ୍କ ମା ଓ ବାପା ପ୍ରମାଣପତ୍ର ପାଇଁ ବହୁ ହଇରାଣ ହୋଇଗଲେଣି । ପ୍ରକାଶ ଯେ, ମାଆ ଭୂମୀସୁତା ଓ ବାପା ଫଗୁନ ବରିହାଙ୍କ ବେଣୁଧର ହେଉଛନ୍ତି ତୃତୀୟ ପୁତ୍ର । ଜନ୍ମରୁ ବେଣୁଧର ଦିବ୍ୟାଙ୍ଗ । ପୁଅ କାଳେ ଭଲ ହୋଇଯିବ ଆଶାରେ ଧାରକରଜ କରି ବାପା ମା’ ପ୍ରଥମେ ବଲାଙ୍ଗିର ଓ ପରେ ବୁର୍ଲାରେ ଚିକିତ୍ସା କରାଇଥିଲେ । ହେଲେ ପୁଅର ସ୍ବାସ୍ଥ୍ୟରେ କୌଣସି ସୁଧାର ଆସିଲା ନାହିଁ । ବେଣୁଧର ଚାଲିବୁଲି ପାରୁନଥିଲେବି କଷ୍ଟେମଷ୍ଟେ ବାପା ଓ ମା ବୋଲି ମାତ୍ର ଦୁଇଟି ଶବ୍ଦ ଉଚ୍ଚାରଣ କରି ପାରୁଛି । ବେଣୁଧର ଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବାପା ମାଆ ପ୍ରତିବର୍ଷ ପାଟଣାଗଡ଼ ବ୍ଳକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିରକୁ ନେଇଥାନ୍ତି । କିନ୍ତୁ ସେଠାରେ ସାମର୍ଥ୍ୟ ଶିବିର ଦାୟିତ୍ବରେ ଥିବା ଅଧକାରୀ ଓ ବାବୁମାନେ ବଲାଙ୍ଗିର ସିଡିଏମଓ ଅଫିସକୁ ଯିବାକୁ ପରାମର୍ଶ ଦେଇଥାନ୍ତି । ଅଧିକାରୀ ଓ ବାବୁମାନଙ୍କ କଥାରେ ବାପା ମାଆ ବାରମ୍ବାର ବଲାଙ୍ଗିର ସିଡିଏମଓ ଅଫିସକୁ ଯାଇ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି । ସରକାର ଦିବ୍ୟାଙ୍ଗଙ୍କ ପାଇଁ ଆବାସ, ଭତ୍ତା, ତାଲିମ କାର୍ଯ୍ୟକ୍ରମ ଆଦି ଯୋଗାଣ ରଖିଛନ୍ତି । କିନ୍ତୁ ପ୍ରସାଶନିକ ଅଧିକାରୀ ଙ୍କ ବହେଲା ପାଇଁ ବେଣୁଧର ଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିପାରିନାହିଁ । ଫଳରେ ଦିବ୍ୟାଙ୍ଗ ନାବାଳକ ଜଣକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ବାପା ମା' ଆକୁଳ ନିବେଦନ କରିଛନ୍ତି ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir