LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଶ୍ରୀଜୀଉଙ୍କ ରାମ ଓ ବଳରାମ ବେଶ

ଶ୍ରୀଜୀଉଙ୍କ ରାମ ଓ ବଳରାମ ବେଶ

juil. 21, 2026  Sachchida Nanda Mahakur  47 vues
ଶ୍ରୀଜୀଉଙ୍କ ରାମ ଓ ବଳରାମ ବେଶ

ପାଟଣାଗଡ଼: ବହୁ ପୁରାତନ ପାଟଣାଗଡ଼ ସହରରେ ଦୀର୍ଘ ବର୍ଷରୁ ଚାଲିଆସୁଥିବା ନବ ଦିନାତ୍ମକ ଯାତ୍ରାର ଚତୁର୍ଥ ଦିବସ ବା ସୋମବାର ଶ୍ରୀଜୀଉ ଭକ୍ତଙ୍କୁ ରାମ ଏବଂ ବଳରାମ ବେଶରେ ଦର୍ଶନ ଦେଇଛନ୍ତି । ବଳଦେବ ଜୀଉ ମନ୍ଦିରରୁ ଠାକୁର ବାହାରି ସ୍ଥାନୀୟ ରାମଜୀ ଛକ ନିକଟରେ ଥିବା ନିଜ ମାଉସୀ ମା'ଘରେ ଅବସ୍ଥାନ ସମୟରେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରମ୍ପରା ଦୀର୍ଘ ବର୍ଷରୁ ଏଠାରେ ଚାଲି ଆସିଛି । ଆଜି ଶ୍ରୀଜୀଉଙ୍କ ଏହି ବିରଳ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟା ଆଳତୀରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଥ‌ିବା ଜଣାଯାଇଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଦେବୋତ୍ତର କମିଟି ଏବଂ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies