ପାଟଣାଗଡ଼: ବହୁ ପୁରାତନ ପାଟଣାଗଡ଼ ସହରରେ ଦୀର୍ଘ ବର୍ଷରୁ ଚାଲିଆସୁଥିବା ନବ ଦିନାତ୍ମକ ଯାତ୍ରାର ଚତୁର୍ଥ ଦିବସ ବା ସୋମବାର ଶ୍ରୀଜୀଉ ଭକ୍ତଙ୍କୁ ରାମ ଏବଂ ବଳରାମ ବେଶରେ ଦର୍ଶନ ଦେଇଛନ୍ତି । ବଳଦେବ ଜୀଉ ମନ୍ଦିରରୁ ଠାକୁର ବାହାରି ସ୍ଥାନୀୟ ରାମଜୀ ଛକ ନିକଟରେ ଥିବା ନିଜ ମାଉସୀ ମା'ଘରେ ଅବସ୍ଥାନ ସମୟରେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରମ୍ପରା ଦୀର୍ଘ ବର୍ଷରୁ ଏଠାରେ ଚାଲି ଆସିଛି । ଆଜି ଶ୍ରୀଜୀଉଙ୍କ ଏହି ବିରଳ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟା ଆଳତୀରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଥିବା ଜଣାଯାଇଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଦେବୋତ୍ତର କମିଟି ଏବଂ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Tinggalkan komentar
Alamat email Anda tidak akan dipublikasikan. Kolom yang wajib diisi ditandai *