ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବରପିଟା ଗାଁରେ ଟାଙ୍ଗୀଆ ଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଉକ୍ତ ଗାଁର ଭରତ ଧରୁଆ । ଏହି ଘଟଣା କୁନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଯୁବକ ଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅଟକ ଯୁବକ ମାନେ ହେଲେ ତେଜେରାଜ ଓ ଲିଙ୍ଗରାଜ ଧରୁଆ । ଅଭିଯୋଗ ଅନୁସାରେ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଭରତ ଓ ୨ ଯୁବକଙ୍କ ମଧ୍ୟରେ ଘରୋଇ ବିବାଦ କୁନେଇ କଲିକଯ୍ୟା ଲାଗିରହିଥିଲା । ଗତକାଲି ସନ୍ଧ୍ୟା ସମୟରେ ଭରତ ଙ୍କ ସ୍ତ୍ରୀ ସୁଲଚନା ବିଲରୁ କାମ ସାରି ସନ୍ଧ୍ୟା ସମୟରେ ଘର ବାଡି ପଛପଟେ ଥିବା କୂଅକୁ ଗାଧୋଇବାପାଇଁ ଯାଇଥିଲେ । ଏହି ସମୟରେ ତେଜରାଜ ଓ ଲିଙ୍ଗରାଜ ଏହି ଦୁଇ ଯୁବକ କୂଅଟି ଆମର ତୁ ଏହି କୁଅରେ ଗୋଧୋଇପାରିବୁ ନାହିଁ ବୋଲି ଭରତ ଙ୍କ ସ୍ତ୍ରୀ କୁ ବାରଣ କରିଥିଲେ । ପ୍ରତି ଉର୍ତ୍ତରରେ ଭରତ ଙ୍କ ସ୍ତ୍ରୀ ଯୁବକ ଦ୍ଵୟ ଙ୍କୁ ବାବୁରେ ସନ୍ଧ୍ୟା ସମୟ ହୋଇଯାଇଛି କୂଅରେ ଗାଧୋଇଲେ ତମର ଅସୁବିଧା କଣ ହେବ ବୋଲି ପ୍ରଶ୍ନ କରିଥିଲେ । ଏତିକିରେ ଯୁବକ ଦ୍ଵୟ ରାଗିଯାଇ ଭରତ ଙ୍କ ସ୍ତ୍ରୀ କୁ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିଲେ ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *