LaraMag - Système d'actualités / Magazine Laravel Multilingue

Header
collapse
...
Accueil / Education / ପ୍ରକାଶନ ଶୁଣିଲାନି, ନିଜେ ପୋଖରୀ ସଫାକଲେ ଗ୍ରାମବାସୀ

ପ୍ରକାଶନ ଶୁଣିଲାନି, ନିଜେ ପୋଖରୀ ସଫାକଲେ ଗ୍ରାମବାସୀ

juin 11, 2026  Sachchida Nanda Mahakur  37 vues
ପ୍ରକାଶନ ଶୁଣିଲାନି, ନିଜେ ପୋଖରୀ ସଫାକଲେ ଗ୍ରାମବାସୀ

ପାଟଣାଗଡ଼ - ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ବରପଦର ପଞ୍ଚାୟତ କୁଦମୁଣ୍ଡା ଗ୍ରାମରେ ଥିବା ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ଏବିଷୟରେ ଗ୍ରାମବାସୀ ପୋଖରୀ ଟିକୁ ସଫା କରିବା ପାଇଁ ସ୍ଥାନୀୟ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କଲା ପରେବି ନଶୁଣିବାରୁ ଶେଷରେ ଗ୍ରାମବାସୀ ମଙ୍ଗଳବାର ଏକତ୍ରିତ ହୋଇ ନିଜେ ପୋଖରୀ ସଫାକରିବାକୁ ଅଣ୍ଟା ଭିଡିଛନ୍ତି । କିନ୍ତୁ ସରକାର ଲୋକେ କିପରି ଭଲ ବା ସୁସ୍ଥ ସବଳ ରହିବେ ସେନେଇ ସ୍ବଛ ଭାରତ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏଠାରେ ଏହି ଯୋଜନା କାର୍ଯ୍ୟକାରୀ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କାହା ପାଇଁ ଏହି ସବୁ ଜୋଯନା ଗୁଡ଼ିକ କରାଯାଉଛି ବୋଲି କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହି ପୋଖରୀକୁ ପୁନରୁଦ୍ଧାର କରିବା ସହ ସଫେଇ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies