LaraMag - Système d'actualités / Magazine Laravel Multilingue

Header
collapse
...
Accueil / Education / ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁନେଇ ବିଜେଡି ପକ୍ଷରୁ ଦାବି ପତ୍ର ପ୍ରଦାନ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁନେଇ ବିଜେଡି ପକ୍ଷରୁ ଦାବି ପତ୍ର ପ୍ରଦାନ

juin 16, 2026  Sachchida Nanda Mahakur  105 vues
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁନେଇ ବିଜେଡି ପକ୍ଷରୁ ଦାବି ପତ୍ର ପ୍ରଦାନ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣଗଡ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କୁ ନେଇ ସ୍ଥାନୀୟ ବିଜେଡି ଦଳ ପକ୍ଷରୁ ମଙ୍ଗଳବାର ପାଟଣାଗଡ ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଦଲର ଶତାଧିକ କର୍ମକର୍ତ୍ତା ବିଜେଡି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । କିଛି ସମୟପରେ ସେମାନେ ସେଠାରୁ ଜିଲ୍ଲା ସଭାପତି ତଥା ପୂର୍ବତନ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ବରେ ଦଳର କର୍ମକର୍ତ୍ତା ବା କର୍ମୀ ମାନେ ସହରର ମୁଖ୍ୟ ରାସ୍ତାଦେଇ ଏକ ବାଇକ ରେଲିରେ ବାହାରି ପାଟଣାଗଡ ଥାନାକୁ ପହଞ୍ଚିଥିଲେ । ଥାନାକୁ ପହଞ୍ଚିବା ପରେ ସେମାନେ ଥାନା ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏପରିକି କିଛି ଦିନ ତଲେ ପାଟଣାଗଡ ଥାନା ଅଞ୍ଚଳର ଘଟିଥିବା ଜଣେ ଆଦିବାସୀ ଝିଅଙ୍କ ଉପରେ ହୋଇଥିବା ଗଣ ଦୁଷ୍କର୍ମ ତାହା ଅଞ୍ଚଳ ବାସିକୁ ସ୍ତବ୍ଧ କରିଦେଇଛି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଗୁଡିକ କାର୍ଯ୍ୟ କ୍ଷମ କରିବା ସହି ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରାଯାଉ ବୋଲି ଜିଲ୍ଲା ସଭାପତି ତଥା ପାଟଣାଗଡ ପୁର୍ବତନ ବିଧାୟକ ଶ୍ରୀ ମେହେର ଦାବି କରିଥିଲେ ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies