ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣଗଡ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କୁ ନେଇ ସ୍ଥାନୀୟ ବିଜେଡି ଦଳ ପକ୍ଷରୁ ମଙ୍ଗଳବାର ପାଟଣାଗଡ ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଦଲର ଶତାଧିକ କର୍ମକର୍ତ୍ତା ବିଜେଡି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । କିଛି ସମୟପରେ ସେମାନେ ସେଠାରୁ ଜିଲ୍ଲା ସଭାପତି ତଥା ପୂର୍ବତନ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ବରେ ଦଳର କର୍ମକର୍ତ୍ତା ବା କର୍ମୀ ମାନେ ସହରର ମୁଖ୍ୟ ରାସ୍ତାଦେଇ ଏକ ବାଇକ ରେଲିରେ ବାହାରି ପାଟଣାଗଡ ଥାନାକୁ ପହଞ୍ଚିଥିଲେ । ଥାନାକୁ ପହଞ୍ଚିବା ପରେ ସେମାନେ ଥାନା ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏପରିକି କିଛି ଦିନ ତଲେ ପାଟଣାଗଡ ଥାନା ଅଞ୍ଚଳର ଘଟିଥିବା ଜଣେ ଆଦିବାସୀ ଝିଅଙ୍କ ଉପରେ ହୋଇଥିବା ଗଣ ଦୁଷ୍କର୍ମ ତାହା ଅଞ୍ଚଳ ବାସିକୁ ସ୍ତବ୍ଧ କରିଦେଇଛି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଗୁଡିକ କାର୍ଯ୍ୟ କ୍ଷମ କରିବା ସହି ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରାଯାଉ ବୋଲି ଜିଲ୍ଲା ସଭାପତି ତଥା ପାଟଣାଗଡ ପୁର୍ବତନ ବିଧାୟକ ଶ୍ରୀ ମେହେର ଦାବି କରିଥିଲେ ।
Tinggalkan komentar
Alamat email Anda tidak akan dipublikasikan. Kolom yang wajib diisi ditandai *