لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଜୁଆ ଆଡ୍ଡା ଉପରେ ଚଢ଼ାଉ , ୮ ଯୁବକ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ , ୮ ଯୁବକ ଗିରଫ

أغسطس 02, 2026  Sachchida Nanda Mahakur  21 مشاهدة
ଜୁଆ ଆଡ୍ଡା ଉପରେ ଚଢ଼ାଉ , ୮ ଯୁବକ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ଦ୍ୱାରା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। କଣ୍ଟିଆପାଲି ଗାଁ ନିକଟସ୍ଥ ରାଜାମୁଣ୍ଡା ପୋଖରୀ ହୁଡ଼ାରେ ଚାଲିଥିବା ଏହି ଜୁଆ ଆଡ୍ଡାରୁ ପୋଲିସ ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୮ ହଜାର ୮୦୦ ଟଙ୍କା, ଖେଳ ତାସ୍ ଏବଂ ଅନେକ ୧ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ମନମୁଣ୍ଡା ଥାନାର ଏଏସଆଇ ପୁଷ୍ପାଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗବଜୋର, ପଥରଲା ଓ ଲୁକାପଡ଼ା ଆଦି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍ ସମୟରେ କଣ୍ଟିଆପାଲି ନିକଟ ରାଜାମୁଣ୍ଡାରେ କିଛି ଲୋକ ଗୋଲାକାର ହୋଇ ବସି ତାସ୍ ଖେଳ ଖେଳୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଘଟଣାସ୍ଥଳରୁ କିଛି ଲୋକ ଫେରାର ହୋଇଯାଇଥିବା ବେଳେ ୮ ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମନମୁଣ୍ଡା ଥାନା ଦହ୍ୟା ଗ୍ରାମର ଜଗଦୀଶ କଟୁଆଳ (୨୭), ସୋନପୁର ଜିଲ୍ଲା ସଦର ଥାନା ସାଗରପାଲି ଗ୍ରାମର ରାଜକୁମାର ମେହେର (୪୬) , ନୀଳାଞ୍ଚଳ କୁଅଁର (୪୨) , ସୁବର୍ଣ୍ଣପୁର ଘୋଡ଼ାଘାଟ ପଡ଼ାର ସଞ୍ଜୀବ କୁମାର ବକ୍ସି ଓରଫ୍ ତନିସ୍ (୩୬), ମନମୁଣ୍ଡା ଥାନା ପଦରପଡା ଗ୍ରାମର ହେମନ୍ତ ନାଏକ (୩୯), କଣ୍ଟାମାଳ ଥାନା କମଘାଟ ଗ୍ରାମର ବିଶ୍ୱାମିତ୍ର ସାହୁ ଓରଫ୍ ଟ୍ରାନ୍ସଫର୍ମର (୪୫), ଝିଙ୍କରପାଲି ଗ୍ରାମର ରମାକାନ୍ତ ସାହୁ (୪୦), ଦହ୍ୟା ଗ୍ରାମର ରବି ନାଏକ (୨୯)। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ପୋଲିସ ବ୍ୟାପକ ସାମଗ୍ରୀ ଜବତ କରିଛି। ସେଥିମଧ୍ୟରେ ଖେଳ ତାସ୍, ନଗଦ ୮,୮୦୦ ଟଙ୍କା, ଗୋଟିଏ ହୁଣ୍ଡାଇ ଗ୍ରାଣ୍ଡ୍ ଆଇ-୧୦ କାର୍ (ଓଡ଼ି ୦୨ସି ଏଚ ୫୧୮୯), ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ରୋ ବାଇକ୍ (ଓଡ଼ି ୩୧ ୨୧୬୫), ଗୋଟିଏ ହୋଣ୍ଡା ଏସପି-୧୨୫ ବାଇକ୍ (ଓଡ଼ି ୩୧ଏଚ ୩୭୨୮), ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି (ଓଡ଼ି ୩୧ ଏଲ ୩୧ ୫୩୨୧), ନମ୍ବର ପ୍ଲେଟ୍ ନଥିବା ଗୋଟିଏ ଟିଭିଏସ୍ ଜୁପିଟର ସ୍କୁଟି ଏବଂ ୨ଟି ମୋବାଇଲ୍ ଫୋନ୍ ଭିଭୋ ଓ ସାମସଙ୍ଗ ରହିଛି। ଏହି ସ୍ୱତନ୍ତ୍ର ରେଡ୍ ଓ ସର୍ଚ୍ଚ ଅପରେସନରେ ଏଏସଆଇ ପୁଷ୍ପାଞ୍ଜଳି ମିଶ୍ରଙ୍କ ସମେତ ହାବିଲଦାର ଏସ୍.ଆର୍. ମେଣ୍ଡିଲି, କନେଷ୍ଟବଳ ଏସ୍.କେ. ମିର୍ଦ୍ଧା ଏବଂ ଆଇଆରବିଏନ୍ ଯବାନମାନେ ସାମିଲ ଥିଲେ। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇ ପୋଲିସ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି। 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط