لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ , ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ , ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

يوليو 31, 2026  Sachchida Nanda Mahakur  45 مشاهدة
ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ  ,  ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

ବଲାଙ୍ଗୀର : ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗିର ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ଆଲୋକ କୁମାର ପଟେଲ, ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩’ ର ଧାରା ୧୬୩ (୧) ଅଧୀନରେ ପ୍ରକଳ୍ପ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି। ଗତ କିଛି ଦିନ ହେବ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ, ପର୍ଯ୍ୟଟକ ଏବଂ ଅନଧିକୃତ ବ୍ୟକ୍ତି ଡ୍ୟାମ୍‌ର କାର୍ଯ୍ୟକ୍ଷେତ୍ର, ଜଳାଶୟ ଓ ସ୍ପିଲୱେ ଅଞ୍ଚଳକୁ ବିପଜ୍ଜନକ ଭାବେ ଯାତାୟାତ କରୁଥିବା ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟିକୁ ଆସିଥିଲା। ବର୍ତ୍ତମାନ ବର୍ଷା ଦିନିଆ ଜଳସ୍ତର ବୃଦ୍ଧି, ସ୍ପିଲୱେ ଗେଟ୍‌ରୁ ତୀବ୍ର ବେଗରେ ଜଳ ନିଷ୍କାସନ ଏବଂ ଭାରୀ ଯନ୍ତ୍ରପାତିର କାର୍ଯ୍ୟ ଚାଲୁ ରହିଥିବାରୁ ଜନଜୀବନ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଛି। ବୁଡ଼ିଯିବା ଓ ଅନ୍ୟାନ୍ୟ ଅପ୍ରୀତିକର ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ତୁରନ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ଡ୍ୟାମ୍‌ର ମୁଖ୍ୟ କାନ୍ଥ, ବନ୍ଧ, ସ୍ପିଲୱେ, ଜଳାଶୟ କୂଳ ଏବଂ ନିୟନ୍ତ୍ରଣ କକ୍ଷ ଅଞ୍ଚଳକୁ ସାଧାରଣ ଲୋକ, ପର୍ଯ୍ୟଟକ ଓ ବେସରକାରୀ ଯାନବାହାନର ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡ୍ୟାମ୍ ଓ ଜଳାଶୟ ନିକଟରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ମାଛ ଧରିବା, ସେଲଫି ନେବା, ଭିଡିଓ ସୁଟିଂ କରିବା ଏବଂ ରୁଣ୍ଡ ହେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। କେବଳ ଡ୍ୟାମ୍‌ର ନିର୍ମାଣ, ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ, ଇଞ୍ଜିନିୟର, ସୁରକ୍ଷା କର୍ମୀ ଓ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ଆଦେଶ ଲାଗୁ ହେବ ନାହିଁ।  ଏହି ଆଦେଶ ୩୧ ଜୁଲାଇ ୨୦୨୬ ରୁ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ‘ଭାରତୀୟ ନ୍ୟାୟ ସଂହିତା (ବିଏନଏସ ) ୨୦୨୩’ ର ଧାରା ୨୨୩ ଏବଂ ପ୍ରସଙ୍ଗିକ ସୁରକ୍ଷା ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ୟାମ୍ ପରିସରରେ ସାବଧାନତା ସୂଚକ ସାଇନ୍‌ବୋର୍ଡ ଏବଂ ବାରିକେଡ୍ ଲଗାଇବାକୁ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, କାର୍ଯ୍ୟାଦେଶ ଅନୁପାଳନ କରିବା ଓ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ପୋଲିସ, ତହସିଲଦାର ଓ ବିଡିଓଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط