LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ହରିଶଙ୍କରରୁ ପୁରୀକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ

ହରିଶଙ୍କରରୁ ପୁରୀକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ

Th07 24, 2026  Sachchida Nanda Mahakur  56 lượt xem
ହରିଶଙ୍କରରୁ ପୁରୀକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ

ପାଟଣାଗଡ଼: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହରିଶଙ୍କର ରୁ ଜଗନ୍ନାଥଧାମ ପୁରୀକୁ ବସେବା ସେବା ଆରମ୍ଭ ହୋଇଛି । ଏହି ବସ୍‌ସେବା ଆରମ୍ଭ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ବସେବା ହରିଶଙ୍କର, ଖପ୍ରାଖୋଲ, ପାଟଣାଗଡ ଅଞ୍ଚଳର ଲୋକେ ସୁବିଧାରେ ଜଗନ୍ନାଥଧାମ ପୁରୀ ଓ ରାଜଧାନୀ ଭୁବନେଶ୍ଵରକୁ ଯାଇପାରିବେ ବୋଲି ଓଏସଆରଟିସି ବିଭାଗରୁ ଜଣାପଡିଛି। ସେହି ଅବସରରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହରିଶଙ୍କର ଠାରେ ନୂତନ ଭାବେ ଯୋଡ଼ି ହୋଇଥିବା ବସ୍‌କୁ ସ୍ବାଗତ ସମ୍ବଦ୍ଧନା ଜଣାଯାଇଥିଲା । ଏଥିରେ ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତ ରାଏ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପଦ୍ମ ସିଂ ବରିହା, ଆଇନଜୀବୀ ଦେବକାନ୍ତ ପାଣିଗ୍ରାହୀ, ଏଇ ରାଜକିଶୋର ନାଏକ, ଜ୍ୟୋତି ରଞ୍ଜନ ପଣ୍ଡା,  ବସନ୍ତ ମେହେର, ଦେବେସ ମିଶ୍ର ଓ ଏସଏଚଜି ମହିଳାମାନେ ଉପସ୍ଥିତରହି ବସ୍‌କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ । 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie