ପାଟଣାଗଡ଼: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହରିଶଙ୍କର ରୁ ଜଗନ୍ନାଥଧାମ ପୁରୀକୁ ବସେବା ସେବା ଆରମ୍ଭ ହୋଇଛି । ଏହି ବସ୍ସେବା ଆରମ୍ଭ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ବସେବା ହରିଶଙ୍କର, ଖପ୍ରାଖୋଲ, ପାଟଣାଗଡ ଅଞ୍ଚଳର ଲୋକେ ସୁବିଧାରେ ଜଗନ୍ନାଥଧାମ ପୁରୀ ଓ ରାଜଧାନୀ ଭୁବନେଶ୍ଵରକୁ ଯାଇପାରିବେ ବୋଲି ଓଏସଆରଟିସି ବିଭାଗରୁ ଜଣାପଡିଛି। ସେହି ଅବସରରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହରିଶଙ୍କର ଠାରେ ନୂତନ ଭାବେ ଯୋଡ଼ି ହୋଇଥିବା ବସ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଯାଇଥିଲା । ଏଥିରେ ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତ ରାଏ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପଦ୍ମ ସିଂ ବରିହା, ଆଇନଜୀବୀ ଦେବକାନ୍ତ ପାଣିଗ୍ରାହୀ, ଏଇ ରାଜକିଶୋର ନାଏକ, ଜ୍ୟୋତି ରଞ୍ଜନ ପଣ୍ଡା, ବସନ୍ତ ମେହେର, ଦେବେସ ମିଶ୍ର ଓ ଏସଏଚଜି ମହିଳାମାନେ ଉପସ୍ଥିତରହି ବସ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir