LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ , ପାଣିରେ ଫସିଲା କାର୍

ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ , ପାଣିରେ ଫସିଲା କାର୍

Th07 05, 2026  Sachchida Nanda Mahakur  59 lượt xem
ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ , ପାଣିରେ ଫସିଲା କାର୍

ପାଟଣାଗଡ଼: ବଲାଙ୍ଗୀର ଜିଲା ପାଟଣାଗଡ଼ ଲାଠୋର ନୂଆପଡ଼ା ରାସ୍ତାରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତର ଦେଇ ଏକ କାର୍‌ ଯାଉଥିବାବେଳେ ପାଣି ଭିତରେ ଫସି ଯାଇଥିଲା। କାର୍‌ ଭିତରେ ବସିଥିବା ୪ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲଗାଣ ବର୍ଷା ଯୋଗୁ ପୋଲ ଭିତର ଦେଇ ଯାଉଥିବା ଥିବା ପାଣିରେ ପ୍ରାୟ ୯ଘଣ୍ଟାରୁ ଅଧିକ ସମୟ ହେବ ଫସି ରହିଛି କାର୍‌। ଲାଠୋର ପଟୁ ଉଦ୍ୟାନବନ୍ଧ ପଟେ ଯାଉଥିବା ସମୟରେ ରାତି ୧୧ଟା ସମୟରେ ଝଲିଆଲିଟି ରେଳ ଫାଟକ ନିକଟରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତରେ ଦେଇ ଅଧିକ ପାଣି ଯାଉ ଥିବାରୁ କାର୍‌ଟି ପୋଲ ଭିତରେ ଫସି ରହିଛି। ଯାତାୟାତ ବନ୍ଦ ଥିବା ଜଣାପଡ଼ିଛି।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie