ପାଟଣାଗଡ଼: ବଲାଙ୍ଗୀର ଜିଲା ପାଟଣାଗଡ଼ ଲାଠୋର ନୂଆପଡ଼ା ରାସ୍ତାରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତର ଦେଇ ଏକ କାର୍ ଯାଉଥିବାବେଳେ ପାଣି ଭିତରେ ଫସି ଯାଇଥିଲା। କାର୍ ଭିତରେ ବସିଥିବା ୪ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲଗାଣ ବର୍ଷା ଯୋଗୁ ପୋଲ ଭିତର ଦେଇ ଯାଉଥିବା ଥିବା ପାଣିରେ ପ୍ରାୟ ୯ଘଣ୍ଟାରୁ ଅଧିକ ସମୟ ହେବ ଫସି ରହିଛି କାର୍। ଲାଠୋର ପଟୁ ଉଦ୍ୟାନବନ୍ଧ ପଟେ ଯାଉଥିବା ସମୟରେ ରାତି ୧୧ଟା ସମୟରେ ଝଲିଆଲିଟି ରେଳ ଫାଟକ ନିକଟରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତରେ ଦେଇ ଅଧିକ ପାଣି ଯାଉ ଥିବାରୁ କାର୍ଟି ପୋଲ ଭିତରେ ଫସି ରହିଛି। ଯାତାୟାତ ବନ୍ଦ ଥିବା ଜଣାପଡ଼ିଛି।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir