LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ତବଲବାଞ୍ଜି ଗ୍ରାମବାସୀଙ୍କୁ ବିସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ

ତବଲବାଞ୍ଜି ଗ୍ରାମବାସୀଙ୍କୁ ବିସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ

Agt 04, 2026  Sachchida Nanda Mahakur  6 kali dilihat
ତବଲବାଞ୍ଜି ଗ୍ରାମବାସୀଙ୍କୁ ବିସ୍ଥାପନ ପାଇଁ  ଜିଲ୍ଲା ପ୍ରଶାସନର ଉଦ୍ୟମ

ବଲାଙ୍ଗୀର : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ କୁମିଆପାଲି ପରେ ତବଲବାଞ୍ଜୀ ଗାଁ ପୁଣି ଚର୍ଚ୍ଚାରେ । ଗ୍ରାମବାସୀଙ୍କୁ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ପୋଲିସ ଫୋର୍ସ ତଥା ବୁଲଡୋଜର ଧରି ମଙ୍ଗଳବାର ସକାଳେ ଗାଁରେ ପହଞ୍ଚିଥିଲା । ତେବେ ଉଚିତ୍ ଥଇଥାନ ଓ କ୍ଷତିପୂରଣ ବିନା ଗାଁ ଛାଡ଼ିବୁ ନାହିଁ ବୋଲି ଲୋକେ ଜିଦ୍ ଧରିବା ସହିତ ଉଚ୍ଛେଦ କାର୍ଯ୍ୟକୁ ଆଗକୁ ବଢିବାକୁ ଦେଇ ନଥିଲେ । ଲୋଇସିଂହା ବ୍ଲକ ବାନିପାଲି ପଂଚାୟତର ଆଭ୍ୟନ୍ତରୀଣ ତବଲବାଞ୍ଜି ଗାଁ । ଗୋଟିଏ ୱାର୍ଡ ବିଶିଷ୍ଟ ପ୍ରାୟ ଶହେ ପରିବାରର ୩ ଶହରୁ ଅଧିକ ଲୋକ ଗାଁରେ ବସବାସ କରନ୍ତି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଏହି ଗ୍ରାମଟି ଆଂଶିକ ଭାବେ ପ୍ରଭାବିତ ହେଉଛି । ଏହି ପ୍ରକଳ୍ପରେ ଗାଁ ଲୋକେ ବିସ୍ଥାପିତ ହେଉଥିବା ବେଳେ ଚାଷଜମି କ୍ଷତିଗ୍ରସ୍ତ ହେଉନାହିଁ । ବିସ୍ଥାପିତ ଲୋକଙ୍କୁ ଏଠାରୁ ୨୦ କି.ମି. ଦୂର କୁଶମେଲ ଠାରେ ଥଇଥାନ ପାଇଁ ପ୍ରଶାସନର ଯୋଜନା ଥିବାବେଳେ ଗ୍ରାମବାସୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି । କିପରି ଏତେ ଦୂର ଆସି ଚାଷ କାମ କରିବେ ବୋଲି ଓଲଟା ପ୍ରଶ୍ନ କରିବା ସହିତ ନିକଟସ୍ଥ ରାଣୀପାଲି ଗ୍ରାମ ନିକଟରେ ଥଇଥାନ କରିବାକୁ ପୂର୍ବରୁ ଗାଁ ଲୋକେ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । ତେବେ ସେ ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ଦେଇ ହଠାତ ଗାଁ ଉଚ୍ଛେଦ ତଥା ବିସ୍ଥାପନ କରିବାକୁ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ଅଦ୍ୟାବଧି ଲୋକେ ସମ୍ପୂର୍ଣ କ୍ଷତିପୂରଣ ପାଇ ନ ଥିବାରୁ ଗାଁ ଛାଡ଼ିବାକୁ ନାରାଜ ଥିବା ଜଣାଯାଇଛି । ଉପଯୁକ୍ତ ସ୍ଥାନରେ ଥଇଥାନ ଓ ଉଚିତ୍ କ୍ଷତିପୂରଣ ପ୍ରଦାନ କରାଗଲେ ପ୍ରଶାସନକୁ ସହଯୋଗ ପୂର୍ବକ ଗାଁ ଛାଡ଼ିବାକୁ ପ୍ରସ୍ତୁତ ଥିବା ଲୋକେ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ଏହି ଆଭିମୁଖ୍ୟ ପରେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ାଇ ପାରିନଥିଲା । କେବଳ ଗାଁ ଶେଷମୁଣ୍ଡରେ ରହୁଥିବା ବନଛୋରପାଲି ମୌଜାର କିଛି ଘରକୁ ଭାଙ୍ଗି ପ୍ରଶାସନ ନିଜ ଦାୟିତ୍ୱ ସାରିଛି । ପୂର୍ବରୁ କୁମିଆପାଲି ଗ୍ରାମର ଆଦିବାସୀ ପରିବାର ଗୁଡ଼ିକୁ ବିସ୍ଥାପିତ କରିବାରେ ଜିଲ୍ଲା ପ୍ରଶାସନ ଅଦ୍ୟାବଧି ସକ୍ଷମ ହୋଇ ନଥିବା ବେଳେ ତବଲବାଞ୍ଜୀ ଗ୍ରାମରେ ମଧ୍ୟ ଝୁଣ୍ଟି ପଡ଼ିଥିବା ଚର୍ଚ୍ଚା ହେଉଛି । 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie