ବଲାଙ୍ଗିର : ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ସ୍ଥାନୀୟ ଆର୍ଯ୍ୟସମାଜ ମନ୍ଦିର ଠାରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ବିମଲ ଚକ୍ରବର୍ତ୍ତି ବିବରଣୀ ପାଠ କଲାପରେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ଇସ୍ପାତ ଟ୍ରେନର ବିଳମ୍ବକୁ ନେଇ ବିଭିନ୍ନ ଅନୁଷ୍ଠାନ ଦେଇଥିବା ଦାବୀପତ୍ରକୁ ନେଇ ସଂପାଦକ କଲିକତା ଯାଇଥିଲେ ଏବଂ ସେଠାରୁ ଉଚିତ ଉତ୍ତର ନ ପାଇବା କଥା ପ୍ରକାଶ କରିଥିଲେ । ଇସ୍ପାତ ଟ୍ରେନ ସହ ବିଭିନ୍ନ ଟ୍ରେନର ବିଳମ୍ବ, ରୋଗୀ ନେଇଯାଉଥିବା ପରିବାରର ଜଣେ ବ୍ୟକ୍ତି ରୋଗୀକୁ ତିନି ନମ୍ବର ପ୍ଲାଟଫର୍ମରେ ଚଢାଇ ପୁଣି ହେଣ୍ଡିକେପ୍ ଟ୍ରାଇସାଇକଲଟି ଫେରାଇ ନିଜର ଆଧାର କାର୍ଡ ନେଇକରି ଯିବାରେ ବହୁତ ଅସୁବିଧା ସମ୍ମୁଖିନ ହେଉଥିବାରୁ ରେଳବାଇ ବିଭାଗରୁ ଜଣେ ସାହାଯ୍ୟକାରୀ ରହିବା ଉଚିତ ବୋଲି ସଭ୍ୟମାନେ ପ୍ରକାଶ କରିଥିଲେ । ବିଭିନ୍ନ ଜିଲ୍ଲାର ରେଳ ଉପଭୋକ୍ତାଙ୍କୁ ଏକତ୍ରିତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଆଲୋଚନାରେ ପ୍ରଭାକର ମିଶ୍ର, ଦିବାକର ହୋତା, କିଶୋର ମିଶ୍ର, ପର୍ଶୁରାମ ନାୟକ, ପ୍ରକାଶ କେଜ୍ରିୱାଲ, ପିତବାସ ପଣ୍ଡା, ଗୋପବନ୍ଧୁ ପୁରୋହିତ, ଶତୃଘ୍ନ ସିଂହ, ବିନୋଦ ପାଣିଗ୍ରାହୀ, ମନରଂଜନ ପୁରୋହିତ ପ୍ରମୁଖ ଭାଗ ନେଇଥିଲେ । ଆଜୀବନ ସଭ୍ୟ ସୁବ୍ରତ ବହିଦାର, ପ୍ରଦୀପ ନେପାକ, ବିନୟ କୁମାର ମିଶ୍ର, ମଦନଲାଲ ବର୍ମା, ବିଶ୍ୱନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *