LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଅମୃତ ଭାରତ ଯୋଜନାରେ ନୂଆ ରୂପ ପାଇଲା ବଲାଙ୍ଗିର ରେଳ ଷ୍ଟେସନ

ଅମୃତ ଭାରତ ଯୋଜନାରେ ନୂଆ ରୂପ ପାଇଲା ବଲାଙ୍ଗିର ରେଳ ଷ୍ଟେସନ

juil. 17, 2026  Sachchida Nanda Mahakur  63 vues
ଅମୃତ ଭାରତ ଯୋଜନାରେ ନୂଆ ରୂପ ପାଇଲା ବଲାଙ୍ଗିର ରେଳ ଷ୍ଟେସନ

ବଲାଙ୍ଗିର : ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବଲାଙ୍ଗିର ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ୧୯୩୧ ମସିହାରେ ନିର୍ମିତ ଏହି ଐତିହାସିକ ଷ୍ଟେସନ ଏବେ ଆଧୁନିକ ସୁବିଧା ସହ ନୂଆ ରୂପରେ ସାଜିଛି । ଓଡ଼ିଶାର ପାରମ୍ପରିକ ଐତିହ୍ୟ ଓ ଆଧୁନିକ ଭିତ୍ତିଭୂମିର ସୁନ୍ଦର ସମନ୍ୱୟରେ ନିର୍ମିତ ଏହି ଷ୍ଟେସନ ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ପ୍ରଦାନ କରିବ । ନବୀକରଣ କାର୍ଯ୍ୟ ଅନ୍ତର୍ଗତ ଆଧୁନିକ ଷ୍ଟେସନ ଭବନ, ଲିଫ୍ଟ ସହିତ ୧୨ ମିଟର ଚଉଡ଼ା ଫୁଟ୍ ଓଭର ବ୍ରିଜ୍, ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ, ପାର୍କିଂ ବ୍ୟବସ୍ଥା, ପ୍ଲାଟଫର୍ମ ସେଲ୍ଟର, ୱେଟିଂ ହଲ, ଶୌଚାଳୟ, ଆଧୁନିକ ସୂଚନା ବୋର୍ଡ ସହ ସ୍ଥାନୀୟ କଳା ଓ ସଂସ୍କୃତିର ଆକର୍ଷଣୀୟ ପ୍ରଦର୍ଶନ ସ୍ଥାନ ପାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୨୦ଟି ରାଜ୍ୟର ୭୫ଟି ପୁନଃବିକଶିତ ରେଳ ଷ୍ଟେସନର ଉଦ୍ଦ୍‌ଘାଟନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳ, ରେଳ ବିଭାଗର ଅଧିକାରୀ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies