LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଏକ ଘଣ୍ଟା ବିଳମ୍ବ ପରେ ଆରମ୍ଭ ହେଲା ରଥଟଣା

ଏକ ଘଣ୍ଟା ବିଳମ୍ବ ପରେ ଆରମ୍ଭ ହେଲା ରଥଟଣା

juil. 16, 2026  Sachchida Nanda Mahakur  29 vues
ଏକ ଘଣ୍ଟା ବିଳମ୍ବ ପରେ ଆରମ୍ଭ ହେଲା ରଥଟଣା

ପୁରୀ: 'ଜୟ ଜଗନ୍ନାଥ' ଧ୍ୱନି ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ରଥଟଣା ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟର ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଏହି ପବିତ୍ର ରଥଟଣା କାର୍ଯ୍ୟ ଆରମ୍ଭ ହଇଛି । ରଥରେ ଶ୍ରୀଜୀଉ ମାନଙ୍କ ଛେରାପହଁରା ଓ ଅନ୍ୟ ନୀତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ରଥଟଣା। ପ୍ରବଳ ବର୍ଷା ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉତ୍ସାହ କମିନଥିଲା। ବଡ଼ଦାଣ୍ଡରେ ଛତାର ଏକ ବିଶାଳ ସମୁଦ୍ର ଦେଖିବାକୁ ମିଳିଛି । ଅବିରତ ବର୍ଷା ସତ୍ତ୍ୱେ ଭକ୍ତମାନେ ଆନନ୍ଦରେ ନାଚିବା ସହ ବଡ଼ଦାଣ୍ଡ 'ଜୟ ଜଗନ୍ନାଥ' ଓ 'ହରିବୋଲ' ଧ୍ୱନିରେ ପ୍ରକମ୍ପିତ ହଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସୁବର୍ଣ୍ଣ ଝାଡ଼ୁରେ ତିନି ରଥର ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇଛି । ବଡ଼ଦାଣ୍ଡରେ ଏହି ଦିବ୍ୟ ରଥକୁ ଟାଣିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୋଇଛନ୍ତି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯିବା ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବାର ପରମ୍ପରା ରହିଛି। ଶ୍ରୀଜୀଉମାନଙ୍କର ଏହି ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ସାମିଲ ହେବା ପାଇଁ ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି, ଯାହା ପୁରୀରେ ଏକ ଅଭୁଲା ଭକ୍ତିମୟ ପରିବେଶ ସୃଷ୍ଟି କରିଛି।

 


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies