لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା , ସ୍ୱାମୀ ଶାଶୁ ଓ ନଣନ୍ଦ କୁ କୋର୍ଟ ଚାଲାଣ କଲା ପୁଲିସ

ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା , ସ୍ୱାମୀ ଶାଶୁ ଓ ନଣନ୍ଦ କୁ କୋର୍ଟ ଚାଲାଣ କଲା ପୁଲିସ

يوليو 26, 2026  Sachchida Nanda Mahakur  27 مشاهدة
ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା  , ସ୍ୱାମୀ ଶାଶୁ ଓ ନଣନ୍ଦ କୁ କୋର୍ଟ ଚାଲାଣ କଲା ପୁଲିସ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ବ୍ରାହ୍ମପୁରାର ଓଁକାରନାଥ ଠାକୁରଙ୍କ ସ୍ତ୍ରୀ ଶୁକ୍ରବାର ସନ୍ଧ୍ୟ ସମୟରେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିବା ନେଇ ପୁଲିସ ଖବର ପାଇ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମୃତ ଦେହ ଉଦ୍ଧାର କରିଥିଲା । ମୃତ ମହିଳା ଜଣକ ହେଲେ ଯଶୋବନ୍ତୀ ଠାକୁର (୩୦)। ସେପଟେ କିନ୍ତୁ ମୃତ ମହିଳାଙ୍କ ବାପ ଅଙ୍କୁର ଚାନ୍ଦ ଆମ ଝିଅକୁ ହତ୍ୟାକରି ଆତ୍ମହତ୍ୟାର ରୁପ ଦିଆଯାଇଛି ବୋଲି ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୁଲିସ ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ମୃତ ମହିଳାଙ୍କ ବାପା ଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଶବଟିକୁ ଜବତକରି ଗତକାଲି ବ୍ୟବଚ୍ଛେଦ ପାଇଁ ପାଟଣାଗଡ ଉପଖଖ୍ତ ଡାକ୍ତର ଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଥିଲା । ଅନ୍ୟପଟେ ଥାନାଅଧିକାରୀ ମୃତ ମହିଳାଙ୍କ ସ୍ୱାମୀ, ନଣନ୍ଦ ଓ ଶାଶୁ ଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକରଖି ରାତି ତମାମ ପଚରାଉଚରା କରି ସତ ଉଗାଳିଥିବା ବେଳେ ସେମାନେ ଯୋଜନା ବଦ୍ଧ ଭାବରେ ଯଶୋବନ୍ତୀ ଙ୍କୁ ମାରିଥିବା ନେଇ ସ୍ବୀକାର କରିଥିଲେ। ଏହି ପରିପ୍ରେକ୍ଷୀରେ ପୁଲିସ ଆଜି ମୃତ ମହିଳାଙ୍କ ସ୍ବାମୀ ଓଁକାରନାଥ ଠାକୁର(୩୬) ନଣନ୍ଦ ମନିଷା ମିଶ୍ର (୪୦) ଶାଶୁ ବିଦ୍ୟୁତଲତା ଠାକୁର (୬୫) କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ବଂଧୁ ହତ୍ୟା କେଶ ରେ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି। ପ୍ରକାଶ ଯେ,୨୦୨୩ ମସିହାରେ ମହରାପଦର ଗାଁର ଅକୁର ଚାନ୍ଦ ତାଙ୍କ ଝିଅ ଯଶୋବନ୍ତୀଙ୍କୁ ପାଟଣାଗଡ଼ ବ୍ରହ୍ମପୁରା ର ଓଁକାର ଠାକୁରଙ୍କ ସହ ସାମାଜିକ ନିତି ନୀତି ରେ ବାହା ଦେଇଥିଲେ। ବାହା ଘର ପରେ ମୃତ ଯଶୋବନ୍ତୀଙ୍କୁ ତାଙ୍କ ଶାଶୂଘର ଲୋକେ ବିଭିନ୍ନ ପ୍ରକାରର ହଇରାଣ,ହରକତ କରୁଥିବା ସହ ଅଧିକ ଯୌତୁକ ଆଣିବା ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ ବାହୁଡ଼ା ଯାତ୍ରା ଦିନ ସନ୍ଧ୍ୟା ସମୟରେ ମୃତ ମହିଳା ଜଣକ ତାଙ୍କ ମାଆଙ୍କୁ ଫୋନ କରି ମାଆ ମତେ ଶାଶୁ ଘର ଲୋକେ ମାରପିଟ୍ କରିବା ସହ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଫୋନରେ ଜଣାଇଥିଲେ। ଏହାର କିଛି ସମୟ ବ୍ୟବଧାନ ପରେ ମୃତ ମହିଳାଙ୍କ ସ୍ବାମୀ ଓଁକାର ତୁମ ଝିଅ ଆତ୍ମହତ୍ୟା କରିଦେଇଛି ବୋଲି ତାଙ୍କ ଶାଶୂଘର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ।

 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط