لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ନିଟ୍‌ ୟୁଜି ୨୦୨୬ ରେ ଅଖିଳ ଭାରତୀୟ ରେଙ୍କ ୧୪୮୮୩ ରଖିଲେ ଓମ୍‌ ଭ୍ୟାଲି ସ୍କୁଲର ଭି. ସୁଜ୍ଞାନୀ

ନିଟ୍‌ ୟୁଜି ୨୦୨୬ ରେ ଅଖିଳ ଭାରତୀୟ ରେଙ୍କ ୧୪୮୮୩ ରଖିଲେ ଓମ୍‌ ଭ୍ୟାଲି ସ୍କୁଲର ଭି. ସୁଜ୍ଞାନୀ

يوليو 20, 2026  Sachchida Nanda Mahakur  37 مشاهدة
ନିଟ୍‌ ୟୁଜି ୨୦୨୬ ରେ ଅଖିଳ ଭାରତୀୟ ରେଙ୍କ ୧୪୮୮୩ ରଖିଲେ ଓମ୍‌ ଭ୍ୟାଲି ସ୍କୁଲର ଭି. ସୁଜ୍ଞାନୀ

ବଲାଙ୍ଗୀର : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ୍‌ ଭ୍ୟାଲି ସ୍କୁଲ ପରିଚିତ । ସେଠାରେ ଶିକ୍ଷା ସହ ପ୍ରତିଯୋଗିତା ମୂଳକ ଶିକ୍ଷା ତଥା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ସ୍କୁଲର ଛାତ୍ରୀ ଭି. ସୁଜ୍ଞାନୀ ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଦୃଢ଼ ସଂକଳ୍ପ ଯୋଗୁଁ ସଫଳତାର ଶିଖରକୁ ପହଞ୍ଚାଇଛି । ଚଳିତ ବର୍ଷ ନୀଟ୍‌ ପରୀକ୍ଷାରେ ୭୨୦ ମାର୍କରୁ ୫୮୬ ମାର୍କ ରଖି ଅଖିଳ ଭାରତୀୟ ର୍ୟାଙ୍କ ୧୪୮୮୩ ରଖିଛନ୍ତି । ତେବେ ଏହି ସଫଳତା ହାସଲ କରିବା ପରେ ଭି. ସୁଜ୍ଞାନୀ ଓମ୍‌ ଭ୍ୟାଲି ସ୍କୁଲର ଶିକ୍ଷକ ଏବଂ ଓମ୍‌ ଭ୍ୟାଲି ସ୍କୁଲ ପରିବାରକୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ମୁଁ ନିଜ ଉପରେ ସନ୍ଦେହ କରୁଥିବା ସମୟରେ ଆପଣମାନେ ମୋ ଭିତରେ ଥିବା ସମ୍ଭାବନାକୁ ଦେଖିଥିଲେ । ଆପଣମାନଙ୍କ ଧୈର୍ଯ୍ୟ ମୋର ଦ୍ୱନ୍ଦ୍ୱକୁ ସ୍ପଷ୍ଟତାରେ ପରିଣତ କରିଥିଲା ଏବଂ ଆପଣମାନଙ୍କ ସ୍ନେହପୂର୍ଣ୍ଣ କଥା ମୋର ସାହସର ସ୍ୱର ହୋଇଯାଇଥିଲା ଏବଂ ପାଠ୍ୟପୁସ୍ତକର ସୀମାଠାରୁ ଅଧିକ ଆପଣମାନେ ମୋ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିଥିଲେ । ଯେଉଁଠାରେ ମୁଁ ଭୁଲ କରି ଶିଖିବା ଓ ବିକଶିତ ହେବାର ସୁଯୋଗ ପାଇଥିଲି । ଏହି ସଫଳତାରେ ଆପଣମାନଙ୍କ ଅବଦାନ ଅତୁଳନୀୟ, ସେଥିପାଇଁ ମୋ ଉପରେ ବିଶ୍ୱାସ ରଖିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଭି. ସୁଜ୍ଞାନୀ ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط