ପାଟଣାଗଡ଼ ୧୯।୭ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଯୁବ ସାମ୍ବାଦିକ ଜଗନ୍ନାଥ ଧରୁଆ ଙ୍କ ମାଆ ତୁଳସା ଧରୁଆ ( ୭୧ ) ଙ୍କର ରବିବାର ସକାଳ ୭ ଟା ସମୟରେ ତାଙ୍କର ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ଦିନହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ବିଭିଷଣ ଧରୁଆ ,ତିନି ପୁଅ ଜଗନ୍ନାଥ ଧରୁଆ ( ଜଗନ ), ଦେବାନନ୍ଦ ଧରୁଆ, ପ୍ରେମାନନ୍ଦ ଧରୁଆ ,ବୋହୂ, ନାତି ନାତୁଣୀ ଙ୍କ ସହିତ ତାଙ୍କ ସପରିବାର ଉପସ୍ଥିତଥିଲେ । ତାଙ୍କର ମର ଶରୀରକୁ ଗ୍ରାମ ପରିକ୍ରମା କରାବାପରେ ସ୍ଥାନୀୟ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରା ଯାଇଥିଲା ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *