لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଅଜଣା ଗାଡି ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର

ଅଜଣା ଗାଡି ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର

يوليو 18, 2026  Sachchida Nanda Mahakur  23 مشاهدة

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର କରକଚିଆ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଶୀଘ୍ର ଠାବ କରିବା ସହ ପରିବାରକୁ ସରକାରୀ ସହାୟତା ଦାବି କରିଛନ୍ତି ସ୍ଥାନୀୟ ଲୋକେ। ମୃତକ ହେଲେ ମନସାପାଲି ଗ୍ରାମର ସୁକୃ କୁଦେଇ। ସୂଚନା ଅନୁଯାୟୀ, ସୁକୃ କୁଦେଇ ଜଣେ ସହଯୋଗୀଙ୍କ ସହ ଏକ୍ସେଲ୍ ଗାଡ଼ିରେ ଯାଉଥିବା ବେଳେ କରକଚିଆ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ସୁକୃଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଆଜି ଅପରାହ୍ନ ୨ଟାରେ ଶବ ବ୍ୟବଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଶୀଘ୍ର ଚିହ୍ନଟ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇବାକୁ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط