لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ରଥଯାତ୍ରା ଦେଖିବାକୁ ଯାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ରଥଯାତ୍ରା ଦେଖିବାକୁ ଯାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

يوليو 18, 2026  Sachchida Nanda Mahakur  27 مشاهدة

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଘଟଣା। ରଥଯାତ୍ରା ଦେଖିବାକୁ ଯାଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ, ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ନାବାଳିକା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଦେଓଗାଁ ଥାନା ଦେଷଣ୍ଡ ଗାଁର ବଳରାମ ବରିହାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରିବାରର ଅଭିଯୋଗ ଅନୁସାରେ ପ୍ରଥମେ ସେମାନେ ଅଭିଯୁକ୍ତଙ୍କ ଘରକୁ ଯାଇ ଘଟଣାର ସମାଧାନ ପାଇଁ କଥା ହୋଇଥିଲେ। କିନ୍ତୁ ବିବାହ କରିବାକୁ ଅଭିଯୁକ୍ତ ମନା କରିଦେଇଥିବାରୁ ସେମାନେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط