LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଖୁଣ୍ଟପାଲିରେ ବିସ୍ଥାପନ ଆରମ୍ଭ , କ୍ଷତିପୂରଣ ଓ ପୁନର୍ବାସକୁ ନେଇବଢ଼ିଲା ଅସନ୍ତୋଷ

ଖୁଣ୍ଟପାଲିରେ ବିସ୍ଥାପନ ଆରମ୍ଭ , କ୍ଷତିପୂରଣ ଓ ପୁନର୍ବାସକୁ ନେଇବଢ଼ିଲା ଅସନ୍ତୋଷ

Th07 19, 2026  Sachchida Nanda Mahakur  61 lượt xem
ଖୁଣ୍ଟପାଲିରେ ବିସ୍ଥାପନ ଆରମ୍ଭ , କ୍ଷତିପୂରଣ ଓ ପୁନର୍ବାସକୁ ନେଇବଢ଼ିଲା ଅସନ୍ତୋଷ

ବଲାଙ୍ଗିର : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିରର ଲୋୟର ସୁକତେଲ ଡ୍ୟାମରେ ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ବୁଡ଼ି ଅଞ୍ଚଳରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛି । ତେବେ କ୍ଷତିପୂରଣ ଓ ପୁନର୍ବାସକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋୟର ସୁକତେଲ ଜଳଭଣ୍ଡାରରେ ପାଣି ବଢ଼ିବା ସହ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଅଂଶ ସ୍ୱରୂପ ବୁଡ଼ି ଅଞ୍ଚଳର ଖୁଣ୍ଟପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଅନେକ ପରିବାର ଅଭିଯୋଗ କରିଛନ୍ତି ଯେ, ସେମାନେ ଏପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ପାଇନାହାନ୍ତି ଏବଂ ପୁନର୍ବାସ ବ୍ୟବସ୍ଥା ମଧ୍ୟ ସନ୍ତୋଷଜନକ ନୁହେଁ । ହଠାତ୍ ଗାଁ ଛାଡ଼ିବାକୁ କୁହାଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଉପସ୍ଥିତିରେ ବିସ୍ଥାପନ ଓ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ସମଗ୍ର ଘଟଣା ଉପରେ ପ୍ରଶାସନର କଡ଼ା ନଜର ରହିଥିବା ବେଳେ ଗ୍ରାମବାସୀ ନ୍ୟାୟସଙ୍ଗତ କ୍ଷତିପୂରଣ ଓ ସ୍ଥାୟୀ ପୁନର୍ବାସ ଦାବି କରିଛନ୍ତି ।

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie