LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / କାଦୁଅ ପଚପଚ ରାସ୍ତା , ଯାତାୟତ ବାଧାପ୍ରାପ୍ତ , ରାସ୍ତା ଉପରେ ଧାନ ଗଛ ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ

କାଦୁଅ ପଚପଚ ରାସ୍ତା , ଯାତାୟତ ବାଧାପ୍ରାପ୍ତ , ରାସ୍ତା ଉପରେ ଧାନ ଗଛ ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ

Th07 18, 2026  Sachchida Nanda Mahakur  62 lượt xem
କାଦୁଅ ପଚପଚ ରାସ୍ତା , ଯାତାୟତ ବାଧାପ୍ରାପ୍ତ , ରାସ୍ତା ଉପରେ ଧାନ ଗଛ ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ

 FB_IMG_1784364706601
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମପଞ୍ଚାୟତ ଖଲିଆ ଗାଁର ମୁଖ୍ୟ ରାସ୍ତାର ଅବସ୍ଥା କହିଲେ ନସରେ । ଦୀର୍ଘ ଦିନ ହେଲା ସ୍ଥାନୀୟ ପ୍ରଶାସନ ବା ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତା ୨ କିଲୋମିଟର ରୁ ଉର୍ଦ୍ଧ ହେବ ଶୋଚନୀୟ ଅବସ୍ଥାରେ ପଡିରହିଛି । ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ରାସ୍ତା ମରାମତି ହୋଇନ ଥିବାରୁ ଅନେକ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ହେଲେ କାଦୁଅ ପଚପଚ ହେବାସହ ପାଣିରେ ଭରିଯାଇ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଯାହାଫଳରେ ଗାଁ ଲୋକେ ସେହି ରାସ୍ତା ଦେଇ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ରାସ୍ତା ଦେଇ ଆଖପାଖ ଅଞ୍ଚଳର ଲୋକ ନିର୍ଭର କରୁଥିବା ବେଲେ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ସ୍କୁଲ ଓ କଲେଜ କୁ ପାଠପଢିବା ପାଇଁ ଯିବାଆସିବା କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଉପରେ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କଲେ ଶୁଦ୍ଧା ଏଥିପ୍ରତି କୈ।ଣସି ଅଧିକାରୀ ଦୃଷ୍ଟି ଦେଉନାହାଁନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତାରି ପ୍ରତିବାଦରେ ଶନିବାର ଉକ୍ତ ଗ୍ରାମର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ରାସ୍ତା ଉପରେ ଧାନ ଗଛ ଲଗାଇ ପ୍ରତିବାଦ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବା ସହିତ ଏହି ସମସ୍ୟାର ସମାଧାନ କରୁନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । 

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie