LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ , ୭ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ , ୭ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

Th06 19, 2026  Sachchida Nanda Mahakur  53 lượt xem
ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ   ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ , ୭ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ତମିଆ ଧାନ ମଣ୍ଡିରୁ ଚାଷୀ ଙ୍କ ଧାନ ନ ଉଠିବାରୁ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ଏପରିକି ଶୁକ୍ରବାର ଏହି ସମସ୍ୟା କୁନେଇ ଉକ୍ତ ଧାନ ମଣ୍ଡିର ଶତାଧିକ ଚାଷୀ ପେକ୍ସ ସଭାପତି ରାଜେଶ କୁମାର ଚାନ୍ଦ ଙ୍କ ନେତୃତ୍ବରେ ପାଟଣାଗଡ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ । ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସେମାନେ ଉପଜିଲ୍ଲାପାଳ ସୁନିଲ୍ କୁମାର୍ ମେହେର ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ୭ ଦିନ ଭିତରେ ଚାଷୀ ଙ୍କ ଧାନ ମଣ୍ଡିରୁ ନ ଉଠିଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଉଲ୍ଲାଇବୁ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ସୁଚନା ଅନୁସାରେ ଏହି ଧାନ ମଣ୍ଡିରେ ଗତ ୨୫ ତାରିଖଠୁ ଧାନ କିଣା ଆରମ୍ଭ ହେଲାଣି । ହେଲେ ଏପର୍ଯ୍ୟନ୍ତ ଟାର୍ଗେଟ ନଥିବାରୁ ବହୁ ଚାଷୀଙ୍କର ମଣ୍ଡିରୁ ଧାନ ଉଠୁନାହିଁ । ଚାଷୀ ଧାନ ବିକ୍ରୀ କରିବା ପାଇଁ ଆସିଥିବା ଟୋକନ ଗୁଡ଼ିକ ଅବଧି ଶେଷ ହେବାକୁ ବସିଲାଣି । କିନ୍ତୁ ଚାଷୀ ଙ୍କ ଧାନ ଉଠୁନାହିଁ । ଚଲିତ ବର୍ଷ ରବିଧାନ ବିକ୍ରୟ ପାଇଁ ଏହି ପ୍ୟାକ୍ସରେ ୧୧୩ ଜଣ ଚାଷୀ ନାମ ପଞୀକରଣ କରିଥିଲେ । ସେଥି ମଧ୍ୟରୁ ବର୍ତ୍ତମାନ ୩୦ ଜଣ ଚାଷୀ ଙ୍କ ଧାନ ବିକ୍ରୀ ହୋଇ ସାରିଛି । ଆଉ ଅନ୍ୟ ଚାଷୀ ମାନଙ୍କ ଧାନ ଏପର୍ଯ୍ୟନ୍ତ ମଣ୍ଡିରୁ ଉଠିନାହିଁ । ତେବେ ମଣ୍ଡିରୁ ଆଉ କେବେ ଧାନ ଉଠିବ ବୋଲି ଚାଷୀ ଅପେକ୍ଷାରେ ଅଛନ୍ତି । ସାଉଁକାର ଙ୍କ ଠୁ ଧାରକରଜ ଆଣି ଚାଷ କାର୍ଯ୍ୟରେ ଲଗାଇଥିବା ସାର, ବିହନ ସମେତ ଟଙ୍କା ଗୁଡିକ କେମିତି ଫେରସ୍ତ କରିବେ ସେନେଇ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏ‌ହି ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie