LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୪ ଯୁବକ କୋର୍ଟ ଚାଲାଣ

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୪ ଯୁବକ କୋର୍ଟ ଚାଲାଣ

Th06 15, 2026  Sachchida Nanda Mahakur  55 lượt xem
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୪ ଯୁବକ କୋର୍ଟ ଚାଲାଣ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନ ଅଞ୍ଚଳରେ ସୋମବାର ଏକ ଲଜ୍ଜା ଜନକ ଘଟଣା ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଯୁବତୀ ଙ୍କୁ ୪ ଜଣ ଯୁବକ ଦୁଷ୍କର୍ମ କରିଥିବାନେଇ ଥାନାରେ ଅଭିଯୋଗ ହୋଉଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଯୁବକ ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଅଟକ ଯୁବକ ମାନେ ହେଲେ ଉକ୍ତ ଥାନା ପଣ୍ଡାମୁଣ୍ଡା ଗାଁର ବୋଲି ଜଣାପଡିଛି । ସୁଚନା ଅନୁସାରେ ଏହି ଘଟଣାଟି ଗତ ୮ ତାରିଖରେ ଘଟିଥିବା ବେଲେ ଏନେଇ ଗତ ୧୪ ତାରିଖ ଦିନ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ହେବାପରେ ପରେ ପୁଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ କେସ ନଂ ୧୬୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୁଲିସ ୪ ଜଣ ଯୁବକ ଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ପଚରାଉଚରା ପରେ ପୁଲିସ ୪ ଜଣ ଯୁବକ କୋର୍ଟ ଚାଲାଣ କରାଯାଇଛି ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ ସୁଚନା ଦେଇଛନ୍ତି ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie