LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ହଷ୍ଟେଲ କତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ଯୋଗୁଁ ଝିଅର ମୃତ୍ୟୁ କାରଣ ଅଭିଯୋଗ ଆଣିଲେ ମୃତ ଛାତ୍ରୀ ଙ୍କ ମାଆ ବାପ ଓ ପରିବାରବର୍ଗ

ହଷ୍ଟେଲ କତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ଯୋଗୁଁ ଝିଅର ମୃତ୍ୟୁ କାରଣ ଅଭିଯୋଗ ଆଣିଲେ ମୃତ ଛାତ୍ରୀ ଙ୍କ ମାଆ ବାପ ଓ ପରିବାରବର୍ଗ

Tem 30, 2026  Sachchida Nanda Mahakur  15 görüntüleme
ହଷ୍ଟେଲ କତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ଯୋଗୁଁ ଝିଅର ମୃତ୍ୟୁ କାରଣ  ଅଭିଯୋଗ ଆଣିଲେ ମୃତ ଛାତ୍ରୀ ଙ୍କ ମାଆ ବାପ ଓ ପରିବାରବର୍ଗ

ପାଟଣାଗଡ଼: ପାଟଣାଗଡ଼ ବ୍ଳକ ସୋଲବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲରେ ରହୁଥୁବା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ  ସ୍କୁଲ ତଥା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ସାଙ୍ଗକୁ ଚିକିତ୍ସା ଅଭାବ ହୋଇଥିବା ନେଇ  ମାଆ ଅନୁଛାୟା ଓ ବାପା ଭଜଙ୍କ ସହ ପରିବାରବର୍ଗ ଆଜି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଝିଅ କୁ ଜ୍ୱର ହେଲା ପରେ ହଷ୍ଟେଲରେ  ପାରାସିଟାମଲ୍ ବଟିକା ଖୁଆଇବା ବଦଳରେ ଯଦି ହଷ୍ଟେଲ କର୍ତ୍ତୃପକ୍ଷ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ହୁଏତ ଆମ୍ଭ ଝିଅ ଆଜି ବଞ୍ଚିରହିଥାନ୍ତା ବୋଲି ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି।  ରାଜ୍ୟ ସରକାର ବିଭିନ୍ନ ବର୍ଗର ଛାତ୍ରୀମାନଙ୍କୁ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲରେ ରହି ପାଠିପଢିଵାର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଆବଶ୍ୟକ ମୁତାବକ ବହିପତ୍ର, ପୋଷାକ, ଖାଦ୍ୟ ପେୟ ଯୋଗାଇଦେବା ସାଙ୍ଗକୁ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ହେଲେ ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇ ମାଗଣାରେ ଚିକିତ୍ସା କରାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । କିନ୍ତୁ ସୋଲବନ୍ଧ କସ୍ତୁରବା ହଷ୍ଟେଲରେ ଏହାର ବ୍ୟତିକ୍ରମ ହୋଇଥିବା ମୃତ ଛାତ୍ରୀଙ୍କ ବାପା ମାଆ ଓ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ଙ୍କୁ ଜ୍ୱର ହେଲା ପରେ ଯଦି ହଷ୍ଟେଲ କର୍ତ୍ତୃପକ୍ଷ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ ଝିଅର ଚିକିତ୍ସା କରାଇଥିଲେ ହୁଏତ ଝିଅ ବଞ୍ଚି ଯାଇଥାନ୍ତା । କିନ୍ତୁ ଏଠି ପ୍ରଥମେ ପାରାସିଟାମଲ୍ ବଟିକା ଖୁଆଇ ପରେ ଛାତ୍ରୀ ର ଅବସ୍ଥା ଗୁରୁତର ହେବା ପରେ ବାପା ମାଆ ଙ୍କୁ ଡାକି ଚିକିତ୍ସା କରାଇବା ବଦଳରେ ଝିଅକୁ ଘରକୁ ନେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି । ଚିକିତ୍ସା କରାଇବା ବଦଳରେ ହଷ୍ଟେଲ କର୍ତ୍ତୃପକ୍ଷ ଘରକୁ ନେବାକୁ କହିବା,ଡାକ୍ତରିପାଠ ନପଢିବା ସହ ଉପଯୁକ୍ତ ଜ୍ଞାନନଥାଇ  ଅନ୍ତୋବାସୀ ଙ୍କୁ ଔଷଧ ଖାଇବାକୁ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ଆଖି ସମ୍ମୁଖରେ ଝିଅ କୁ ହରାଇ ଥିବା ମାଆ ବାପା ପ୍ରଶ୍ନ କରିଛନ୍ତି । ଅନ୍ୟ ପଟେ ସ୍କୁଲ ର ପ୍ରଧାନ ଶିକ୍ଷକ ସୁରୁସିଂ ନାଏକ ଛାତ୍ରୀଙ୍କ ମୃତ୍ୟୁ ମୁର୍ଚ୍ଛା ଜନିତ ରୋଗ ଯୋଗୁଁ ହୋଇଥିବା ନେଇ କହିବୁଲୁଛନ୍ତି। ଏପଟେ କିନ୍ତୁ ଝିଅ ର ମାଆ ବାପା ଆମ ଝିଅ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇ ନଥିବା ନେଇ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଝିଅର ମୃତ୍ୟୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ହୋଇଥିବା ଯୋଗୁଁ ଦାୟୀତ୍ବ ରେ ଥିବା କର୍ମଚାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଯୋଗ ଆଣିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବାପା ମାଆ ଆକୁଳ ନିବେଦନ କରିଛନ୍ତି ।

 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası